ଭୁବନେଶ୍ୱର – ମୁମ୍ବାଇ ଠାରେ ଇସକନ ପକ୍ଷରୁ ଆୟୋଜିତ ହେଉଥିବା ଅଦିନିଆ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯାତ୍ରା ଜଗନ୍ନାଥ ସଂସ୍କୃତି ପ୍ରତି କୁଠାରାଘାତ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ସେ କହିଛନ୍ତି ଯେ ଏ ସମ୍ପର୍କରେ ରାଜ୍ୟ ସରକାର ସମ୍ପୂର୍ଣ ରୂପେ ଅବଗତ ଅଛନ୍ତି । ଏ ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।ଅନ୍ୟ ପକ୍ଷରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ଯେ ଇସ୍କନକୁ ତାଗିଦ କରିବାର ବର୍ତମାନ ସମୟ ଆସିଛି । ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ତାଗିଦ କରିବାକୁ ଆମେ ପରାମର୍ଶ ଦେବୁ ବୋଲି ସେ କହିଛନ୍ତି । ଶ୍ରୀଜଗନ୍ନାଥଙ୍କ ଭକ୍ତ ମାନେ ମଧ୍ୟ ଏହାକୁ ବିରୋଧ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
Related Stories
November 24, 2024
November 24, 2024