
-
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିବ ଆୟୁଷ୍ମାନ ଯୋଜନା: ଡ.ମୁକେଶ ମହାଲିଙ୍ଗ
-
ବିକଶିତ ଓଡ଼ିଶା ସହ ବିକଶିତ ଏକାମ୍ର ର ସ୍ୱପ୍ନ ସାକାର ହେଉଛି : ବାବୁ ସିଂ
ଭୁବନେଶ୍ୱର -ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଡୁମୁଡୁମା ଓ ପୋଖରୀପୁଟ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଚାନକ ଗସ୍ତ କରି ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଓ ଏକାମ୍ର ବିଧାୟକ ବାବୁ ସିଂ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ସମ୍ବନ୍ଧରେ ଆଶା ଏବଂ ହସ୍ପିଟାଲର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସ୍ଥାନୀୟ ଅଂଚଳରେ ମନ୍ତ୍ରୀ ଓ ବିଧାୟକ ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଥିଲେ।
ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ ପ୍ରକ୍ରିୟାକୁ ତ୍ୱରିତ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ସୁନିଶ୍ଚିତ କରାଯିବ ବୋଲି କହିଥିଲେ।
ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ଯେ,ଲୋକଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଆମ ସରକାର ପ୍ରତିବଦ୍ଧ ଅଟନ୍ତି। ଏହାକୁ ଗୁରୁତ୍ଵ ଦେଇ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନକୁ ପ୍ରାଧାନ୍ୟ ଦେବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ।ପ୍ରତିଶ୍ରୁତି ପୂରଣ ହେଲା।ବିକଶିତ ଓଡ଼ିଶା ସହ ବିକଶିତ ଏକାମ୍ର ର ସ୍ୱପ୍ନ ସାକାର ହେଉଛି ।
ଆଜି ଏହି କାର୍ଯ୍ୟକ୍ରମ ରେ ସରକାରୀ ଅଧିକାରୀ ଙ୍କ ସହ ସ୍ଥାନୀୟ ଜନ ପ୍ରତିନିତି ରାମଚନ୍ଦ୍ର ରଣସିଂହ, ହିମାଂଶୁ ଛୋଟରାୟ, ରଶ୍ମିତା ସେଠୀ, ଜିତୁ ପଟ୍ଟନାୟକ, ଗଦାଧର ପାତ୍ର,ଅକ୍ଷୟ ଜେନା, ସୁମିତ୍ରା ଆଚାର୍ଯ୍ୟ, ଇଦିଶ ଭୁଇଁଆ, ଅପର୍ତ୍ତି ସୁନ୍ଦରାୟ, ବୈଜୟନ୍ତୀ ତ୍ରିପାଠୀ,ସୁରୀୟକାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।