
ଭଞ୍ଜନଗର- ଆଜି ଦିନ ୧୨ସମୟରେ ଭଞ୍ଜନଗର ପୋଲିସ ବସ ଷ୍ଟାଣ୍ଡ ଦୋକାନ ଗୃହ ସାମନାରୁ ଜଣେ ଅସହାୟ ଅଜଣା ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲ କୁ ପଠେଇଛି।ଏଠାରେ ଗତ କିଛିଦିନ ହେବ ଉକ୍ତ ବୃଦ୍ଧ ଜଣଙ୍କ ଭିକ୍ଷା ବୃତ୍ତି କରି ଚଳୁଥିବା ଜଣାପଡିଛି।ସେ ଗତ ରାତିରୁ ଶୋଇ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।ହେଲେ ତାଙ୍କର ସଠିକ ପରିଚୟ ପାଇବା ପାଇଁ ପୋଲିସ ତରଫରୁ ଉଦ୍ୟମ କରାଯାଉଛି।