
ଭୁବନେଶ୍ୱର– ଶନିବାର ରାତିରେ ଭୁବନେଶ୍ୱର ସ୍ଥିତ ରାମମନ୍ଦିର ପରିସରରୁ ଅପହୃତ ହୋଇଥିବା ଦେଢ ବର୍ଷୀୟ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହି ନିରୀହ ଶିଶୁକୁ ମିଶନ ବାତ୍ସଲ୍ୟ ଯୋଜନା ଅନ୍ତର୍ଗତ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, ଅପହୃତ ହୋଇଥିବା ଶିଶୁ ମାଆ କୋଳକୁ ଫେରିଛି । ଏବେ ଏହି ଶିଶୁକୁ ମିଶନ ବାତ୍ସଲ୍ୟ ଯୋଜନା ଅନ୍ତର୍ଗତ ସହାୟତା ମିଳିବ । ମହିଳା ଏବଂ ଶିଶୁ ବିକାଶ ବିଭାଗ ଶୀଘ୍ର ପଦକ୍ଷେପ ନେବେ ।
ରାଜ୍ୟ ସରକାର ଶିଶୁର ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ଏଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।