
ଭୁବନେଶ୍ୱର– ପୂର୍ବତନ ପ୍ରଫେସର ଡକ୍ଟର ଦିଗମ୍ବର ମିଶ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ ଶିକ୍ଷାବିତ ତଥା ଆମେରିକା ବର୍ମିଂହାମ ମାଇଲସ ମହାବିଦ୍ୟାଳୟର ପୂର୍ବତନ ପ୍ରଫେସର ଡକ୍ଟର ଦିଗମ୍ବର ମିଶ୍ରଙ୍କ ପରଲୋକ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଶିକ୍ଷା, ସମାଜସେବା ସହ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ।
ମହାପ୍ରଭୁଙ୍କ ନିକଟରେ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁକେଶ ମହାଲିଙ୍ଗ।