
ନୁଆଦିଲ୍ଲୀ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବହୁ ପ୍ରତୀକ୍ଷିତ ଉଦ୍ଧମପୁର-ଶ୍ରୀନଗର-ବାରାମୁଳା-ରେଳ ପ୍ରକଳ୍ପ(ୟୁଏସବୀଆରଏଲ)ର ଉଦଘାଟନ କାର୍ଯ୍ୟକ୍ରମ ଖରାପ ପାଗ ଯୋଗୁଁ ସ୍ଥଗିତ ରଖାଯାଇଛି।ରେଳ ବୋର୍ଡର ସୁଚନା ଏବଂ ପ୍ରଚାର କାର୍ଯ୍ୟକାରୀ ନିର୍ଦ୍ଦେଶକ (ଇଡୀ/ଆଇପୀ)ଦିଲ୍ଲୀପ କୁମାର ବୁଧବାର ରେଳ ଭବନରେ ସାମ୍ବାଦିକମାନଙ୍କ ସହ ଆଲୋଚନାବେଳେକହିଥିଲେ ଯେ ପ୍ରତିକୁଳ ପାଗ ପୁର୍ବାନୁମାନ ଯୋଗୁଁ ୟୁଏସବୀଆରଏଲର ଉଦଘାଟନ କାର୍ଯ୍ୟକ୍ରମ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି।ଉଦଘାଟନର ପରବର୍ତ୍ତୀ ତାରିଖ ପରେ ଜଣାଇ ଦିଆଯିବ।