
ଶ୍ରୀନଗର -ଜଷ୍ଟିସ ଅରୁଣ ପଲ୍ଲୀ ବୁଧବାର ଜାମ୍ମୁକାଶ୍ମୀରର ଉପରାଜ୍ୟପାଳ ମନୋଜ ସିନ୍ହା ଜାମ୍ମୁ କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ପାଠ କରାଇଛନ୍ତି।ରାଜଭବନରେ ଅନୁଷ୍ଠିତ ଏହି ସରଳ କିନ୍ତୁ ପ୍ରଭାବଶାଳୀ ଉତ୍ସବରେ ଜାମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲା,ହାଇକୋର୍ଟର ବିଚାରପତି,ଅଧସ୍ତନ ନ୍ୟାୟପାଳିକା ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।ଏହା ବ୍ୟତୀତ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜୀଏସ ସଙ୍ଘୱାଳିୟା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।ଜଷ୍ଟିସ ପଲ୍ଲୀ ମୁଳ ହାଇକୋର୍ଟ ପଞ୍ଜାବ ଏବଂ ହରିୟାଣାର କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ବିଚାରପତିମାନଙ୍କ ସହିତ ଓକିଲ ପରିବାର ଏବଂ ବନ୍ଧୁମାନେ ମଧ୍ୟ କନଭେନସନ ସେଣ୍ଟରରେ ଅନୁଷ୍ଠିତ ଏହି ଉତ୍ସବରେ ଯୋଗ ଦେଇଥିଲେ।