
ଲକ୍ଷ୍ନୌ -ଚୌଧୁରୀ ଚରଣ ସିଂହ ଆନ୍ତର୍ଜାତୀୟ ବିମାନ ବନ୍ଦର (ଅମୌସୀ ଏୟାରପୋର୍ଟ)ରେ ଜରୁରୀକାଳୀନ ଅବତରଣ କରିଛି।ଇନ୍ଧନ ଅଭଆବରୁ ଅବତରଣ କରାଯାଇଥିଲା ଏବଂ ଇନ୍ଧନ ଭରିବା ପରେ ବିମାନ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଛି।ବିମାନବନ୍ଦର ପ୍ରଶାସନ ଆଜି କହିଛି ଯେ ଦୁବାଇରୁ 157 ଯାତ୍ରୀଙ୍କୁ ନେଇ ବିମାନ(ଫ୍ଲାଇଟ ଏଫଜେଡ 1133)ନେପାଳର କାଠମାଣ୍ଡୁ ଯାଉଥିଲା।ଲକ୍ଷ୍ନୌ ନିକଟରେ ପହଁଞ୍ଚିବା ପରେ ପାଇଲଟ ଅମୌସୀ ଏୟାରପୋର୍ଟ ପ୍ରଶାସନକୁ ଇନ୍ଧନ କମ ଥିବା କହି ବିମାନ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲା। ଏହାପରେ ଏୟାରପୋର୍ଟ ପ୍ରଶାସନ ସବୁଜ ସଙ୍କେତ ଦେଇ ବିମାନକୁ ଜରୁରୀକାଳୀନ ଅବତରଣ କରିଥିଲା।ଇନ୍ଧନ ଭରିବା ପରେ ବିମାନ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଥିଲା।