
ନୁଆଦିଲ୍ଲୀ -କେନ୍ଦ୍ରୀୟ କୃଷି ଏବଂ କିଷାନ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବ୍ରିକ୍ସ ଦେଶଗୁଡିକର କୃଷି ମନ୍ତ୍ରୀଙ୍କ ସହିତ ବୈଠକରେ ଯୋଗଦେବା ପାଇଁ ବ୍ରାଜିଲ ଗ୍ରସ୍ତରେ ଅଛନ୍ତି।ଆଜି ସେ ସାଓ ପାଉଲୋରେ ବ୍ରାଜିଲର କୃଷି ବ୍ୟାପାର ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଜୈବ ଇନ୍ଧନ ଇତ୍ୟାଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।ଶିବରାଜ ସିଂହ ଚୌହାନ ଏକ୍ସରେ ସୁଚନା ଦେଇଛନ୍ତି ଯେ ବ୍ରାଜିଲରେ ବ୍ରିକ୍ସ କୃଷି ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ପାଇଁ ପହଁଞ୍ଚିଛନ୍ତି।ଏହି ସମୟରେ ସାଓ ପାଉଲୋରେ ବ୍ରାଜିଲର କୃଷି ବ୍ୟବସାୟ ସମ୍ପ୍ରଦାୟରସଦସ୍ୟମାନଙ୍କ ସହିତ ଆଲୋଚନା କରାଯାଇଥିଲା।ଏହି ସମୟରେ କୃଷି ବ୍ୟାପାର,ଖାଦ୍ୟ ପ୍ରକ୍ରିୟାକରଣ ,ଜୈବ ଇନ୍ଧନ,ଜୈବଶକ୍ତି,ପ୍ରଯୁକ୍ତିବିଦ୍ୟା ନବସୃଜନ ଏବଂ ଯୋଗାଣ ଶୃଙ୍ଖଳା ସମନ୍ୱୟ ଭଳି ଗୁରୁତ୍ୱପୁର୍ଣ୍ଣ ବିଷୟଗୁଡିକ ଉପରେ ଅର୍ଥପୁର୍ଣ୍ଣ ଆଲୋଚନା ହୋଇଥିଲା।କେନ୍ଦ୍ର ମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଦୁଇ ଦେଶର ପାରସ୍ପରିକ ସହଯୋଗ ଏବଂ ମିଳିତ ପ୍ରୟାସରେ କେବଳ ଆମର କୃଷକମାନଙ୍କୁ ସଶକ୍ତ ଏବଂ ସମୃଦ୍ଧ ହେବ,ବରଂ ବୈଶ୍ୱିକ ଖାଦ୍ୟ ସୁରକ୍ଷାକୁ ମଧ୍ୟ ଏକ ନୁତନ ଦିଗ ମିଳିବ।