ଏହା କହିଛନ୍ତି। ପେଟ୍ରୋଲୀୟମର ଅପବ୍ୟବହାର ନକରି ଏହାର ସଂରକ୍ଷଣ କରିବା ବର୍ତ୍ତମାନ ସମୟର ଆବଶ୍ୟକତା, ଏନେଇ ରାଜ୍ୟ , କେନ୍ଦ୍ରସରକାର ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସର୍ତ୍ତ୍ୱେ ପ୍ରତେକ ନାଗରିକ ନିଜ ନିଜ ସ୍ତରରେ ସଚେତନ ହୋଇ ଇନ୍ଧନ ସଂରକ୍ଷଣ କରିବା ପାଇଁ ପ୍ରଫେସର ଶର୍ମା ଆହ୍ୱାନ ଦେଇଥିଲେ। ଅନ୍ୟତମ ସମ୍ମାନ ଅତିଥି ଭାବେ ଆଇଜରର ଆଉ ଜଣେ ପ୍ରଫେସର ପ୍ରମୋଦ ଯାଦବ ଯୋଗଦେଇ କହିଥିଲେ ଯେ ଇନ୍ଧନର ଆଜିର ଅପବ୍ୟବହାର କାଳୀ ପାଇଁ ଅଭାବ ସୃଷ୍ଟି କରିପାରେ । ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଆଜି ଠାରୁ ଇନ୍ଧନ ସଂରକ୍ଷଣ କରିବା ଆବଶ୍ୟକ। ଆଜି ଅୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଦ୍ୟାର୍ଥୀ ମାନଙ୍କଠାରେ ଥିବା ପ୍ଲାକର୍ଡ଼ରେ ଲିଖିତ ବାର୍ତ୍ତା ତୈଳ ଏବଂ ଗ୍ୟାସର ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରୁଛି। ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଏଥିପ୍ରତି ସଚେତନ ହେବା ଆବଶ୍ୟକ ବୋଲି ପ୍ରଫେସର ଯାଦବ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ହିନ୍ଦୁସ୍ତାନ ପେଟ୍ରୋଲିୟମର ସେଲସ ଅଫିସର ବିକ୍ରମ ସିଂ ଯୋଗଦେଇ ସଚେତନତାର ବାର୍ତା ଦେଇଥିଲେ। ଏହି ଅବସରରେ ସାମନ୍ତରାୟ ଏକାଡେମୀର ଶତାଧିକ ବିଦ୍ୟାର୍ଥୀ, ସ୍ଥାନୀୟ ସରକାରୀ ବିଦ୍ୟାଳୟ କେସି ପବ୍ଲିକ ସ୍କୁଲ, ହରବିନୋ ବିଦ୍ୟାଳୟ, ଏମଏଭି ସ୍କୁଲ, ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ପ୍ଲାକାର୍ଡ ଯୋଗେ ସଚେତନତା ରାଲିରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳରେ ଟୁକୁନା ପତି, ତୋଫାନ ନାୟକ, ଶରତ ସାହୁ, ସମାଜ ସେବୀ ଅନନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।