
ମୁମ୍ବାଇ -ନିକଟରେ କେଏଲ ରାହୁଲ ଏବଂ ଅଥିୟା ଶେଟ୍ଟୀ ମାଆ -ବାପା ହୋଇଛନ୍ତି।ଅଥିୟା ଏକ ସୁନ୍ଦର ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।ତାପରେ ଏବେ ଆଉ ଏକ ସେଲିବ୍ରେଟୀ ଦମ୍ପତ୍ତି ସେମାନଙ୍କ ଜୀବନରେ ଖୁସିକୁ ସ୍ୱାଗତ କରିଛନ୍ତି।ଅଭିନେତ୍ରୀ ସାଗରିକା ଘାଟଗେ ଏବଂ ପୁର୍ବତନ କ୍ରିକେଟର ଜହୀର ଖାନ ମଧ୍ୟ ମାଆ-ବାପା ହୋଇଛନ୍ତି।ସାଗରିକା ଏକ ସୁନ୍ଦର ପୁଅକୁ ଜନ୍ମ ଦେଇଛନ୍ତି।ସେ ନିଜର ପ୍ରଶଂସକମାନଙ୍କୁ ଖୁସିଖବର ଦେଇ ସୋଶିଆଲ ମିଡିଆରେ ଏହି ଖବର ସେୟାର କରିଛନ୍ତି।ସାଗରିକା ଏକ ସୁନ୍ଦର ପୁଅକୁ ଜନ୍ମ ଦେଇଛନ୍ତି।ସାଗରିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ପିଲାଟିର ପ୍ରଥମ ଝଲକ ଦେଖାଯାଇଛି।ପ୍ରଥମ ଫଟୋରେ ଏହି ଦମ୍ପତ୍ତି କ୍ୟାମେରା ପାଇଁ ପୋଜ ଦେଉଛନ୍ତି ଯେଉଁଠାରେ ଜହୀରଙ୍କ କୋଳରେ ସେମାନଙ୍କର ଛୋଟ ପୁଅ ଆରାମରେ ଶୋଇଥିବା ଦେଖାଯାଉଛି।ଫଟୋରେ ଉଭୟଙ୍କ ମୁହଁରେ ଏକ ଭିନ୍ନ ଚମକ ଏବଂ ଖୁସି ଦୃଶ୍ୟମାନ ହେଉଛି।ଦ୍ୱିତୀୟ ଫଟୋଟି ଆହୁରି ସ୍ୱତନ୍ତ୍ର ଯେଉଁଥିରେ ସାଗରିକା ଏବଂ ଜହୀରଙ୍କ ହାତ ସେମାନଙ୍କ ପୁଅର ଛୋଟ ହାତ ଧରିଥିବାର ଦେଖାଯାଉଛି।ଏହି ଫଟୋ ଏକ ଭାବପ୍ରବଣ ସଂଯୋଗ ଏବଂ ନୁତନ ଜୀବନର ଆରମ୍ଭକୁ ସୁନ୍ଦର ଭାବରେ ଦର୍ଶାଉଛି।