
ରାଜକୋଟ -ସହରର ଇନ୍ଦିରା ସର୍କଲ ନିକଟରେ ଏକ ଅନିୟନ୍ତ୍ରିତ ସିଟୀ ବସ ବୁଧବାର ସକାଳେ ରାସ୍ତା କଡରେ ଥିବା ଗାଡିକୁ ଧକ୍କା ଦେଇଛି।ବସ ଧକ୍କା ଦେବା ଫଳରେ ତିନିଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।ଆହତଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ଏହା ପରେ ଉତ୍ତ୍ୟକ୍ତ ଲୋକମାନେ ହୋହାଲ୍ଲା କରି ବସ ଭଙ୍ଗାରୁଜା କରିଥିଲେ।ଘଟଣା ବିଷୟରେ ସୁଚନା ପାଇବା ମାତ୍ରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଁଞ୍ଚିଥିଲେ।
ସୁଚନା ଅନୁସାରେ ଇନ୍ଦିରା ସର୍କଲ ନିକଟରେ ଏକ ସିଟୀ ବସ ଅନିୟନ୍ତ୍ରିତ ହୋଇ ରାସ୍ତା କଡରେ ଥିବା ଗାଡିକୁ ଧକ୍କା ଦେଇଛି।ବସ ଧକ୍କା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ଘଟିଛି।ମୃତକଙ୍କ ପରିଚୟ ସଙ୍ଗୀତା ନେପାଳୀ (40),ରାଜୁଭାଇ ଗୀଡା(35)ଏବଂ ମିରାଜ(5) ବୋଲି ଜଣାପଡିଛି।ସେମାନଙ୍କ ମଧ୍ୟରେ ସଙ୍ଗୀତା ବ୍ୟୁଟି ପାର୍ଲରରେ ଚାକିରୀ କରୁଥିଲେ।ଶେରୀ ନମ୍ବର 1,80 ଫୁଟ ରୋଡ ବାସିନ୍ଦା ରାଜୁ ତାଙ୍କ ଭଣଜା ମିରାଜଙ୍କ ସହିତ ବାଇକପେ ଯାଉଥିଲେ।ଏହି ଦୁର୍ଘଟଣା ମେଘାଳୟ ସୁରେଶରାୱଲ ଏବଂ ବିଶାଲ ମକୱାଣା ଆହତ ହୋଇଛନ୍ତି।ତାଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ଘଟଣା ପରେ ଲୋକଙ୍କ ଭିଡ ଜମି ଯାଇଥିଲା ଏବଂ ଉତ୍ତୟକ୍ତ ଲୋକମାନେ ବସରେ ଭଙ୍ଗାରୁଜା କରିଥିଲେ।ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ହାଲୁକା ବଳ ପ୍ରୟୋଗ କରିଥିଲା। ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି,ଯେଉଁଥିରେ ରାସ୍ତା ବସ ରାସ୍ତା କଡକୁ ଆସି ଗାଡିଗୁଡିକୁ ଧକ୍କା ଦେଉଥିବାର ଖାଯାଉଛି।