
ଭୁବନେଶ୍ୱର– ଓଡ଼ିଶାର ହ୍ୟାଣ୍ଡବଲ ଇତିହାସରେ ଆଉ ଏକ ଫର୍ଦ ଯୋଡି ହେବାକୁ ଯାଉଛି । କୋଚ ଗୌରୀ ଶଙ୍କର ମିଶ୍ରଙ୍କୁ ମିଳିଛି ବଡ ଦାୟିତ୍ଵ । ଜୋଡାନ ଠାରେ ହେବାକୁ ଥିବା ଆଗାମି ଏସିଆନ ଜୁନିୟର ଚମ୍ପିଆନସିପ ପାଇଁ ଭାରତୀୟ ଦଳର ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିବା ଘୋଷଣା କରିଛନ୍ତି ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସନର ଏକଜୁଟିଭ ଡିରେକଟର ଡ଼. ଆନନ୍ଦେଶ୍ୱର ପାଣ୍ଡେ । ଆସନ୍ତା ଜୁଲାଇ ୧ ତାରିଖରୁ ୧୧ ତାରିଖ ଯାଏ ଜୋଡ଼ାନରେ ଏହି ଅନୁଷ୍ଠିତ ହେବ । ଏଠାରେ ସୂଚନାଯୋଗ୍ୟ ଗୌରୀ ଶଙ୍କର ମିଶ୍ର ହେଉଛନ୍ତି ଓଡିଶାର ପ୍ରଥମ ଓ ଏକ ମାତ୍ର ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ଖେଳାଳି । ଆର୍ଯ୍ୟନ ବ୍ରାହ୍ମୀନଙ୍କ ବାପା, ଗୌରୀ ଶଙ୍କରଙ୍କ ଏହି ସଫଳତା ପାଇଁ ଓଡିଶା ହ୍ୟାଣ୍ଡବଲ ସଙ୍ଘର ସଭାପତି ବିପ୍ଳବ ଚୌଧୁରୀ, ସମ୍ପାଦକ ଇଂ ମାନସ କୁମାର ସିଂ, ଭୁବନେଶ୍ୱର ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଶୁବେଛl ଓ ଶୁଭକାମନା ଜଣାଇଛନ୍ତି ।