
ଭୁବନେଶ୍ୱର– ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ସୋସିଆଲ ମିଡିଆ ଏକ୍ସରେ ଏକ ଟ୍ୱିଟରେ ନବୀନ ଲେଖିଛନ୍ତି ଯେ, ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତିର ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସଭିଙ୍କ ଜୀବନକୁ ସୁଖ ଓ ସମୃଦ୍ଧିରେ ଭରିଦେଉ ଏହାହିଁ କାମନା କରିଛନ୍ତି ନବୀନ।