
ଭୁବନେଶ୍ୱର– ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି. ସଂଘର୍ଷରୁ ସଫଳତାର ଅନନ୍ୟ ବ୍ୟକ୍ତିତ୍ୱ ତଥା ସମ୍ବିଧାନର ପ୍ରଣେତା ଭାରତରତ୍ନ ବାବା ସାହେବ ଡ଼ା ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି। ସମାଜର ଦଳିତ, ପଛୁଆ ବର୍ଗ, ମହିଳା ତଥା ଜନଜାତି ବର୍ଗଙ୍କ ପାଇଁ ତାଙ୍କର ସଂଗ୍ରାମ ପ୍ରତିଟି ବ୍ୟକ୍ତିତ୍ୱ ପାଇଁ ପ୍ରେରଣା।