
ରାଉରକେଲା– ରାଜ୍ୟ ତଥା ଦେଶରେ ଚାଷୀ ତାର ଜମୀରୁ ଫସଲ ଉତ୍ପାଦନ ଲାଗି ଆବଶ୍ୟକ ହେଉଥିବା ବିଭିନ୍ନ କିଷମର ସାର ବ୍ୟବହାର କରିଥାଏ, ସେଥିରେ ସରକାରୀ ସାର ହେଉ କିମ୍ବା ଦୋକାନରେ ମିଳୁଥିବା ନାମୀ ଦାମୀ ସାର, ସବୁଥିରେ ଅଳ୍ପ ବହୁତ କେମିକାଲ ରହୁଥିବାରୁମାଟି ଖରାପ ହେବା ସହ ଉତ୍ପାଦିତ ହେଉଥିବା ଫସଲ ଗୁଡିକ ମଧ୍ୟ କେମିକାଲରେ ଭରପୁର ହୋଇ ରହୁଛି ଆଉ ସେଗୁଡିକୁ ପୁଣି ଆମେ ଖାଉଛେ , ଫଳରେ ଦେହକୁ ଆମେ ପ୍ରତିଦିନ କିଛି କିଛି କେମିକାଲ ନେଉଛେ ଓ ଶରୀରକୁଧିରେ ଧିରେ କେମିକାଲ ଯୁକ୍ତ କରିଚାଲିଛେ, ଏଭଳି ମହା ବିପଦରୁ ରକ୍ଷା କରିବା ଓ ଆମ ଦେଶର ମାଟି ଚାଷୀର ଚାଷ ଜମୀ କିଭଳି କେମିକାଲ ମୁକ୍ତ ହେବ ଓ କେମିକାଲ ମୁକ୍ତ ଫସଲ ଆସି ଲୋକଙ୍କୁ କେମିକାଲରୁ ରକ୍ଷା କରିବ ସେନେଇ ରାଉରକେଲା ଏନଆଇଟିରେ ପାଠ ପଢି ରିସର୍ଚ୍ଚ କରି ସଫଳ ଉଦ୍ୟମ କରି ଦେଖାଇଛନ୍ତି ଡାକ୍ତର ଶିତରଶ୍ମୀ ସାହୁ । ଶ୍ରୀମତୀ ସାହୁ ଜଣେ ଏନଆଇଟି ରୁ ପାଠ ଓ ରିସର୍ଚ କରିଥିବା ମହିଳା। ଏତେ ପାଠପଢି ସେ ଚାକିରୀ ପଛରେ ନଗୋଡାଇ ରାଜ୍ୟ ଓ ଦେଶର ମାଟି, ଚାଷୀ, ମଣିଷ ଶରୀର ସମେତ ଆମେ ଖାଉଥିବା ଚାଉଳ ପରିବା ଉପରେ ସେ ଚିନ୍ତା କରିଥିଲେ ଓ ଗଢିଥିଲେ ବାୟୋଟେକ ଏଗ୍ରିନୋଭେସନ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥା। ଏହାର ମୁଖ୍ୟ ଅଫିସ ବର୍ତମାନ ଲାଠିକଟାରେ ଚାଲିଛି । ତେବେ ଏସବୁକୁ ନେଇ ରହିଥିବା ସମସ୍ୟା ଉପରେ ପଚରାଜିବାରୁ ଶ୍ରୀମତୀ ସାହୁ କହିଛନ୍ତି ଯେ, ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ ସେଗୁଡିକ ଭାରତ ବର୍ଷରେ ଚାଷ ହେଉଥିବା ଚାଷ ଜମୀରେ ହୋଇଥାଏ । ସେ ଚାଉଳ ହେଉ କିମ୍ବା ପରିବା, ସବୁ ଥିରେ ସାର ଦେଲା ପରେ ଯାଇ କିଛି ଅଧିକ ଉତ୍ପାଦନ କରିଥାଏ ଚାଷୀ, କିନ୍ତୁ ଏହା ଦ୍ୱାରା ଧିରେ ଧିରେ ଚାଷୀର ଉର୍ବର ଚାଷ ଜମି ଏଭଳି କେମିକାଲ ଯୁକ୍ତ ସାର ଦ୍ୱାରା ପ୍ରଭାବିତ ହୋଇ ଚାଷ ଜମୀର ଉର୍ବରତା କମିଯାଇଥାଏ, ସେଥିରେ ଆଉ ଅଧିକ ଫସଲ ମିଳିନଥାଏ, ଉତ୍ପା୍ପାଦିତ ହେଉଥିବା ପନିପରିବା ଓ ଚାଉଳର ସ୍ୱାଦରେ ଅନେକ ପରିବର୍ତନ ହୋଇଥାଏ। ଆଗରୁ ବିନା ସାରରେ ଯେଉଁ ପନିପରିବାର ସ୍ୱାଦ ଆମେ ପାଉଥିଲେ ତାହା ଏକ ପ୍ରକାର ନଷ୍ଟ ହୋଇଥାଏ । ଚାଷଜମିର ଉର୍ବରତା କମିଜିବା ପରେ ଚାଷୀ ଚାଷ ଜମି ଛାଡି ଗାଁରୁ ସହରକୁ କାମ ଆଶାରେ ଚାଲିଯାଇଥାଏ। ଫଳରେ ଆମର ଚାଷ କରିବାର ବ୍ୟବସ୍ଥା ଧିରେ ଧିରେ ରୋଗାଗ୍ରସ୍ତ ହୋଇଯାଇଥାଏ । ସେପଟେ ପ୍ରତିଟି ମଣିଷ ଓ ଗଛ ପତ୍ର ମଧ୍ୟ ଏଥିରେ କ୍ଷତିର ସମ୍ମୁଖୀନ ହୋଇଥାଏ । ଏଭଳି ଭୟଙ୍କର କ୍ଷତିର ସମାଧାନ ଖୋଜିବାକୁ ଯାଇ ଶ୍ରୀମତୀ ସାହୁ ନିଜ ସଂସ୍ଥା ଦ୍ୱାରା ୫ ପ୍ରକାରର ବିନା କେମିକାଲ ସାରର ପ୍ରସ୍ତୁତ କରିବା ସହ ଏହାର ପରୀକ୍ଷା କରାଇ ବର୍ତମାନ ତାକୁ ବଜାରକୁ ଛାଡିଛନ୍ତି ଓ ବର୍ତମାନ ମାସକୁ ପ୍ରାୟ ୧୦୦୦ ଟନ ସାର ବଜାରକୁ ଯାଉଥିବା ନେଇ ସେ ପ୍ରକାଶ କରିଛନ୍ତି । ସେହି ସାର ଗୁଡିକ ହେଲା କୋଶଲ କିଂ, ଭର୍ମି କଂପୋଷ୍ଟ ବସୁଧା, ତେଜସ୍ୱୀ(ଆଗକୁ ଏହାର ନାମ ପରିବର୍ତନ ହେବ)ଇକୋ ଲାଇମ (ଏସିଡ ଯୁକ୍ତ ମାଟି ଲାଗି) ଓ ପଟିଂ ସୟେଲ ତଥା ସୟେଲ ଜଣ୍ଡିସନର । ତେବେ ଏଗୁଡିକ ପ୍ରସ୍ତୁତ କରିବା ଲାଗି କିଛି କାରଖାନାଗୁଡିକରୁ ବାହାରୁଥିବା ବର୍ଜ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ କେମିକାଲ ମୁକ୍ତ ସାମଗ୍ରୀ ମିଶାଇ ପୁରୁଣା କାଲରେ ବ୍ୟବହାର ହେଉଥିବା ସାର ପ୍ରଣାଳୀରେ ଏହାର ପ୍ରସ୍ତୁତ କରାଯାଉଥିବା ସେ କହିଛନ୍ତି । ତେବେ ଏଭଳି କାମ କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତ ବର୍ଷରେ ଖରାପ ହୋଇଯାଉଥିବା ଚାଷ ଜମୀର ମାଟିକୁ ପୁଣି ପୁନରୁଦ୍ଧାର କରାଯାଇ ତାର ମାନକୁ ଫେରାଇ ଆଣିବା, ଚାଷିମାନଙ୍କୁ ଏଭଳି ଉପାୟରେ ଚାଷ କରିବାର ନୂଆ ପ୍ରଣାଳୀ ଶିଖାଇବା, ଅଳ୍ପ କେମିକାଲ ମୁକ୍ତ ସାରରେ କିଭଳି ଅଧିକ ଫସଲ ଉତ୍ପାଦନ କରାଯାଇପାରିବ ଓ ଲୋକଙ୍କ ପାଖରେ ବିନା ସାରଯୁକ୍ତ ପନିପରିବା ତଥା ଚାଉଳ ପହଁଚି ପାରିବ ସେଥିଲାଗି ଉଦ୍ୟମ କରାଯାଉଛି। ତେଣୁ ରାଜ୍ୟ ସରକାରଙ୍କ ସହାୟତାରେ ବର୍ତମାନ ମାଡାମ ସାହୁଙ୍କ କାରଖାନା ପକ୍ଷରୁ ୧୫ ଶହ ଟନ କେମିକାଲ ମୁକ୍ତ ସାର ଚାଷୀ ମାନଙ୍କୁ ମାଗଣାରେ ପ୍ରଦାନ କରାଯାଇସାରିଥିବା ସେ କହିଛନ୍ତି ।୨୦୨୦ ମସିହାରୁ ଏହି ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏହି ପ୍ରକଳ୍ପ କରୋନା ଲାଗି କିଛି ଦିନ ବନ୍ଦ ରହିବା ପରେ ସାରଗୁଡିକ ଉତ୍ପାଦନ କରାଯାଇ ତାର ପରୀକ୍ଷା ନିରିକ୍ଷା କରାଯାଇ ସେଥିରୁ ସଫଳତା ମିଳିବା ପରେ ବର୍ତମାନ ଏହି ସାରକୁ ବଜାରକୁ ଅଣାଯାଇଥିବା ସେ କହିଛନ୍ତି । ଏହି କେମିକାଲମୁକ୍ତ ୫ ପ୍ରକାରର ସାର ବର୍ତମାନ ଓଡିଶା, ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ଚାଷୀ ମାନଙ୍କ ଲାଗି କିଛି ମାତ୍ରାରେ ବଜାରକୁ ଛଡାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଏହାକୁ ଭାରତ ବର୍ଷର ପ୍ରତିଟି ସ୍ଥାନକୁ ପଠାଜିବା ଲାଗି ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି । ମୋଟା ମୋଟି କେମିକାଲ ଯୁକ୍ତ ସାର ଲାଗି ନଷ୍ଟ ହୋଇଯାଇଥିବା ମାଟିକୁ ଉର୍ବର କରାଇ ସେଥିରେ କେମିକାଲମୁକ୍ତ ସାର ମାଧ୍ୟମରେ ମଣିଷ ଶରୀର ଲାଗି ଆବଶ୍ୟକ ହେଉଥିବା ଶୁଦ୍ଧ ପନିପରିବା ଚାଉଳ ଉତ୍ପାଦନ କରି ଚାଷୀକୁ ଲାଭବାନ କରିବା ସହ ମାଟି ଓ ମଣିଷକୁ ସୁସ୍ଥ ରଖିବା ହିଁ ମୂଳ ଲକ୍ଷ୍ୟ ହେବ ଡାକ୍ତର ସାହୁ କହିଛନ୍ତି । ଏଥିଲାଗି ଏହି ସଂସ୍ଥା ମାଧ୍ୟମରେ ଚାଷୀ ମାନଙ୍କୁ ତାଲିମ ପ୍ରଦାନ ଲାଗି ବହୁଳ ପରିମାଣରେ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି । ତେବେ ଏଭଳି ଉଦ୍ୟମକୁ ଅଧିକ ସହଯୋଗ କରାଯିବା ସହ ଏହାର ପ୍ରଚାର ପ୍ରାସାର କରାଯାଇ ଚାଷୀ ମାନଙ୍କୁ ଏହି ଉପାୟରେ ଚାଷ କରିବା ଓ ସେମାନଙ୍କ ଭିତରେ ଅଧିକ ଆଗ୍ରହ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ଏହି ଉପାୟକୁ ଲକ୍ଷ୍ୟ କରି ଯୁବ ପିଢି ଆଗେଇ ଆସି ଏଥିରେ ସାମିଲ ହେବା ଲାଗି ସରକାରୀ ପ୍ରୋତ୍ସାହନ ଦିଆ ଗଲେ ଯୁବ ପିଢି ମଧ୍ୟ ବାହାରକୁ ନଯାଇ ରାଜ୍ୟ ଓ ଦେଶ ଭିତରେ ରହି ନିଜକୁ ରୋଜଗାରକ୍ଷମ କରାଇପାରିବେ ବୋଲି ମତପ୍ରକାଶ ପାଇଛି ।