
ଭୁବନେଶ୍ୱର– ୧୬ ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସନ୍ଧ୍ୟାରେ ବିଜେଡି ଘୋଷଣା କରିବ ଜିଲ୍ଲା ସଭାପତିଙ୍କ ନାମ । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ୧୬ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିବ ବିଜେଡି ।
ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିଚାଳନା କାର୍ଯ୍ୟକ୍ରମ ଚୂଡାନ୍ତ ହେବାକୁ ଯାଉଛି । ଚତୁର୍ଥପର୍ଯ୍ୟାୟ ପ୍ରକ୍ରିୟାରେ 16 ଜିଲ୍ଲାର ନାମାଙ୍କନ ଆସିଛି । ଆଉ 7 ଜିଲ୍ଲା ପାଇଁ ରାସ୍ତାରେ ଅଛନ୍ତି । ସେହି 16 ଜିଲ୍ଲାରୁ ଜଣେ ହିଁ ନାମାଙ୍କନ କରି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।. ଆଜି ସନ୍ଧ୍ୟାରେ ନାଁ ଘୋଷଣା କରାଯିବ । ଏହା ପରେ ପଂଚମପର୍ଯ୍ୟାୟରେ ଷ୍ଟେଟ କାଉନସିଲ ଓ ଷଷ୍ଠପର୍ଯ୍ୟାୟରେ ଷ୍ଟେଟ କାର୍ଯ୍ୟକାରୀନିର୍ବାଚନ ହେବ । ଯେଉଁଥିରେ ରାଜ୍ୟ ସଭାପତି ନିର୍ବାଚନ ହେବ । ଏହା ପରେ ଅନ୍ୟ ପଦ ପାଇଁ ନିର୍ବାଚନ ହେବା ସହ ବ୍ଲକ, ପୌର ସଭାପତି ନିର୍ବାଚନ ହେବ । ଯୁବ, ଛାତ୍ର ଓ ମହିଳା ସଭାପତି ନିର୍ବାଚନ ବି ରାଜ୍ୟ ସଭାପତିଙ୍କ ଅନୁମୋଦନରେ ହେବ ବୋଲି ପ୍ରତାପ କେଶରୀ ଦେବ କହିଛନ୍ତି ।