
ଭୁବନେଶ୍ୱର– ହନୁମାନ ଜୟନ୍ତୀ ପଶ୍ଚିମ, ପୂର୍ବ ଓ ଉତ୍ତର ଓଡିଶାରେ ପାଳନ କରାଯାଏ । ଆଇନ ଶୃଙ୍ଖଳା ନେଇ 9 ଟି ଜିଲ୍ଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏନେଇ ଆଇନ ଶୃଙ୍ଖଳା ଏଡିଜି ସୂଚନା ଦେଇଛନ୍ତି ।
ହନୁମାନ ଜୟନ୍ତୀ ପାଇଁ 7 କମ୍ପାନୀ ସିଏସପିଏଫଅଛନ୍ତି । ତିନୋଟି କମ୍ପାନୀ ଆରଏପିଏଫମୁତୟନ. 200ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । 650ସିସିଟିଭି କ୍ୟାମେରା ଲାଗିଛି । 50ଟି ଡ୍ରୋନ ଲାଗିଛି । ସବୁ ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ସମ୍ବଲପୁରରେ 20 ଟି ଅତିରିକ୍ତ ଗାଡି ଦିଆଯାଇଛି । ଗାଡିରେ 360 କ୍ୟାମେରା ଲାଗିଛି । ସେସବୁ ଗାଡି ସହରରେ ବୁଲିବ । ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପୋଲିସ ବ୍ୟାରିକେଡ଼ କରାଯାଇଛି । ହିଟୱେଭ ପାଇଁ ପାଣି, ମେଡିକାଲ ଫ୍ୟାସିଲିଟି କରାଯିବ । ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ପୋଲିସ ନଜର ରଖିବ । ସୋସିଆଲ ମିଡିଆରେ ଉପରେ ନଜର ରଖାଯାଇଛି । ସମ୍ବଲପୁରରେ ବଡ଼ ବଡ଼ ଏଲସିଡିଲାଗିଛି । ସିସିଟିଭି ଓ ଡ୍ରୋନ ସହ ଏଲସିଡିଯୋଡି ହୋଇକି ରହିଛି । ଯାହା ଫଳରେ ସବୁ ଲାଇଭ ଦେଖିହେବ । କାଲି ସକାଳୁ ଫୋର୍ସ ସବୁଠି ମୁତୟନ ହୋଇଯିବେ । ପ୍ରୋସେସନ ଉପରେ ପୋଲିସ ନଜର ରଖିବ । ସାଦା ପୋଷକଧାରୀ ପୋଲିସ ନଜର ରଖିବେ । ସୋସିଆଲ ମିଡିଆ ଉପରେ ପୋଲିସ ନଜର ରଖାଯାଇଛି । ଯେଉଁମାନେ ରିୟୁମର କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।
ଏନେଇ ଆଜି ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ମୁଖ୍ୟ ଶାସନ ସଚିବ, ଡିଜି, ଜିଲ୍ଲା ଏସପି, ଜିଲ୍ଲାପାଳ, ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।