
ଭୁବନେଶ୍ୱର– ଶେଷ ହେଲା ବିଜେପି ବିଧାୟକ, ସାଂସଦଙ୍କ ତିନି ଦିନିଆ ପ୍ରଶିକ୍ଷଣ ବର୍ଗ । ପୁରୀ ଠାରେ ତିନି ଦିନ ଧରି ଚାଲି ଥିଲା ଚାଲିଥିଲା ପ୍ରଶିକ୍ଷଣ ବର୍ଗ । ସୁଶାସନ, ସଙ୍ଗଠନ ଓ ଜନ ସମ୍ପର୍କର ପାଠ ପଢିଲେ ଜନ ପ୍ରତିନିଧି । ଆଜି ଶେଷ ଦିନରେ ବିଧାୟକ, ସାଂସଦଙ୍କୁ ଟିପ୍ସ ଦେଲେ କେନ୍ଦ୍ରୀୟ ନେତୃତ୍ୱ ।
କାର୍ଯ୍ୟକର୍ତ୍ତା ଓ ଲୋକଙ୍କ ସହ କେମିତି କଥା ହେବେ ଜନ ପ୍ରତିନିଧି । ତାଙ୍କ ପ୍ରତି କେମିତି କରିବେ ବ୍ୟବହାର । ଫୋନରେ କଥା ହେଲା ବେଳେ କେମିତି ଶାଲିନତାର ସହ କଥା ହେବେ । କାର୍ଯ୍ୟାଳୟକୁ ଗଲେ କର୍ମକର୍ତ୍ତାଙ୍କ ପ୍ରତି କେମିତି ଆଚରଣ ଦେଖାଇବେ । ଗ୍ରାଉଣ୍ଡରେ ଲୋକଙ୍କ ସହ କେମିତି ବ୍ୟବହାର କରିବେ, ସେ ନେଇ ବିଧାୟକ ଓ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ ।
ଜନ ପ୍ରତିନିଧି ଓ ସଙ୍ଗଠନ ଗୋଟିଏ ସରଳ ରେଖରେ ରହିବା ଦରକାର । ସଂଗଠନକୁ ସାଙ୍ଗରେ ନେଇ ଚାଲିଲେ, ତଳ ଲୋକ ପର୍ଯ୍ୟନ୍ତ ସୁବିଧା ପହଞ୍ଚିବେ । ସଙ୍ଗଠନ ଓ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ଆବଶ୍ୟକ ବୋଲି କହିଛନ୍ତି ସଂଗଠନ ମନ୍ତ୍ରୀ ଭି. ସତୀଶ ।
ବିଧାୟକ ଏବଂ ସାଂସଦଙ୍କ ଅଫିସ କେମିତି ପରିଚାଳନା କରିବା ଦରକାର । ଅଧିକରୁ ଅଧିକ ଲୋକଙ୍କ ପାଖରେ କେମିତି ଅଫିସ ପହଞ୍ଚି ପାରିବ, ସମସ୍ୟା ସମାଧାନ କରିପାରିବ । କାହାକୁ ଅଫିସରେ ନିଯୁକ୍ତ କଲେ ସମସ୍ୟାର ସମାଧାନ ହେବ । ପଦ ପଦବୀ ବଡ଼ ନୁହେଁ । 2036 ପାଇଁ ବିଜେପି ଯେଉଁ ଭିଜନ ଡକ୍ୟୁମେଣ୍ଟ ତିଆରି କରିଛି, ତାକୁ ସଫଳ କରିବା ପାଇଁ କ୍ଷମତାରେ ରହିବାକୁ ପଡିବ । ତେଣୁ ତୁମେ କ୍ଷମତାରେ ରୁହ କି ନରୁହ, ଦଳ କ୍ଷମତାରେ ରହିବା ଦରକାର ବୋଲି କେନ୍ଦ୍ରୀୟ ନେତୃତ୍ୱ ପରାମର୍ଶ ଦେଇଛନ୍ତି।