
ଅନକାପଲ୍ଲୀ– ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀରେ କୋଟାଭୁରାଟଲା ମଣ୍ଡଳର କୈଳାସପଟ୍ଟନମରେ ଏକ ବାଣ କାରଖାନାରେ ରବିବାର ଭୟାବହ ବିସ୍ଫୋରଣ ପରେ ନିଆଁ ଲାଗିବା କାରଣରୁ 2ଜଣ ମହିଳାଙ୍କ ସମେତ8ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି 6ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ ନିଆଯାଇଛି, ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ପାଇବା ମାତ୍ରେ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଂଚିଛନ୍ତି ଏବଂ ରେସକ୍ୟୁ କାମ ଆରମ୍ଭ କରିଛନ୍ତି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବଚ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କୁ ପୂରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
କୋଟାଭୁରାଟଲା ମଣ୍ଡଳ କେନ୍ଦ୍ରରୁ ତିନି କିଲୋମିଟର ଦୂର କୈଳାସପଟ୍ଟନମରେ ଏକ ବାଣ କାରଖାନାରେ ଦିପାବଳୀ ପାଇଁ ବାଣ ତିଆରି କାମ ଚାଲୁଥିଲା । ଆଜି ବାଣ ତିଆରି କରିବା ସମୟରେ ହଠାତ୍ ଭୀଷଣ ବିସ୍ଫୋରଣ ହୋଇଥିଲା ଏବଂ କାରଖାନା ବିଲ୍ଡିଂର ଏକ ଅଂଶ ଭୁଶୁଡିପଡିଥିଲା ଏବଂ ନିଆଁ ଲାଗିଯାଇଥିଲା ।