
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଓଡ଼ିଆ ପକ୍ଷ ପାଳନର ଦ୍ବାଦଶ ଦିବସରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଓଡ଼ିଶାର ବରପୁତ୍ର ମାନଙ୍କ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ବରପୁତ୍ର ମାନେ ଚିର ଅମର ଓ ସେମାନ ଙ୍କ ଆଦର୍ଶ, ବାଣୀ ଓ ପ୍ରେରଣା ଆମ ସମସ୍ତ ଙ୍କ ପାଇଁ ମାର୍ଗଦର୍ଶକ ବୋଲି କହିଥିଲେ।ସେ ସ୍ବାଧୀନତା ସଂଗ୍ରାମୀ ହୁଅନ୍ତୁ, ସାହିତ୍ୟିକ ହୁଅନ୍ତୁ,ଶିକ୍ଷା କ୍ଷେତ୍ର ପାଇଁ ହୁଅନ୍ତୁ,ସେମାନଙ୍କ ଚିନ୍ତା ଓ ଚେତନା ପିଢ଼ି ପରେ ପିଢି ଆମକୁ ଅନୁପ୍ରାଣିତ କରି ଚାଲିଥିବ ବୋଲି କହିବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ମୁଖ୍ୟ ବକ୍ତା ଭାବେ ରାଜ୍ୟ ଭାଷା ପ୍ରତିଷ୍ଠାନ ର ପୂର୍ବତନ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଟୀକାୟତରାୟ ଯୋଗ ଦେଇ ଚଳିତ ବର୍ଷ ଓଡ଼ିଆ ପକ୍ଷ ପାଳନ ଏକ ସୁନ୍ଦର ପଦକ୍ଷେପ।ଏହା ଦ୍ବାରା ଆମ ଓଡ଼ିଆତ୍ବ ର ଗୌରବ ବୃଦ୍ଧି ପାଇବା ସହ ଆମେ ବିଶ୍ବ ଦରବାରରେ ଆମ ମହାନ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ କଳାକୁ ପ୍ରଦର୍ଶନ ର ସୁଯୋଗ ପାଇ ପାରିବା ବୋଲି ମତବ୍ୟକ୍ତ କରିବା ସହ ସତ୍ୟବାଦୀ ଯୁଗର ବରପୁତ୍ରଙ୍କ ଉପରେ ଆଲୋକପାତ କରାଇଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା,ଶିକ୍ଷାବିତ ଓ ସାହିତ୍ୟିକ ବିରେନ୍ଦ୍ର ମହାନ୍ତି, ରାଧାକାନ୍ତ ଦାଶ,ପ୍ରଭାକର ତ୍ରିପାଠୀ, ଅଧିବକ୍ତା ବିପିନ ବିହାରୀ ଦଳାଇ, ଶ୍ୟାମ ପ୍ରକାଶ ସେନାପତି ଯୋଗ ଦେଇ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଓ ସେମାନଙ୍କ ସମ୍ପର୍କରେ ଆଲୋଚନା ପୂଜ୍ୟ ପୂଜା ର ସମ୍ମାନ ସ୍ବରୂପ।ସେମାନଙ୍କ ଆଶୀର୍ବାଦ ଓ ସଂକଳ୍ପ ଆମ ସମସ୍ତଙ୍କୁ ଋଦ୍ଧିମନ୍ତ କରିବ ବୋଲି କହିଥିଲେ।ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନେ ମାଲ୍ଯାର୍ପଣ କରିଥିଲେ।ପ୍ରତିଷ୍ଠାନ ର ଛାତ୍ରୀ ମାନେ ଉତ୍କଳ ବନ୍ଦନା ଗାନ କରିଥିଲେ।