
କେନ୍ଦୁଝର, ୧୫ ସେପ୍ଟେମ୍ବର (ହି.ସ.) – ଓଡିଶା ରାଜସ୍ୱ ଅମଲା ସଂଘ, କେନ୍ଦୁଝର ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ୧୫ ତାରିଖ ରବିବାର ଦିନ ଡି .ଆର.ଡି.ଏ କନ୍ଫରେନସ୍ ହଲଠାରେ ସଭାପତି ମହମ୍ମଦ ଅଲ୍ଲୀଜିନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ପାଦକ କୈଳାଶ ଚନ୍ଦ୍ର ମଲ୍ଲିକ ବୈଠକର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଥମେ ଉପସଭାପତି ରାଜକିଶୋର ପଣ୍ଡା ଜିଲ୍ଲାରେ ଡିପିସି ବସିବାର ବିଳମ୍ବର କାରଣ ସମ୍ପର୍କରେ ପ୍ରଶ୍ନ କରିଥିଲେ । ସଂଗଠନ ସମ୍ପାଦକ ଭୁବନେଶ୍ୱର ମହାପାତ୍ର ଓ କାର୍ଯ୍ୟକାରି ସମ୍ପାଦକ ସନ୍ତୋଷ କୁମାର ରଣା ମଧ୍ୟ ତାହାକୁ ସମର୍ଥନ କରିଥିଲେ । ଜବାବରେ ଉପସଭାପତି ରଶ୍ମୀରଞ୍ଜନ ମହାନ୍ତି ଓ ସରୋଜ କୁମାର ସାହୁ ଏଷ୍ଟାବ୍ଲିଶମେଂଟ୍ ଅଫିସର, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଆସନ୍ତା ମଙ୍ଗଳବାର ୧୭ ତାରିଖ ଦିନ ୧୧ ଘଟିକା ସମୟରେ ଭୋଟି ଦାବୀ ଜଣାଇବାକୁ ପ୍ରସ୍ତାବ ଦେଇଥିଲେ । ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ତାଙ୍କୁ ସମର୍ଥନ କରି ମଙ୍ଗଳବାର ଦିନ ୧୧ ଘଟିକା ବେଳେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବୀପତ୍ର ଉପସ୍ଥାପନ କରିବାକୁ ସମ୍ମତି ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ କର୍ମଚାରୀଙ୍କର ଏମ.ଏ.ସି.ପି. ଯଥାଶିଘ୍ର କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା । ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ଉପସଭାପତି ରଶ୍ମୀରଞ୍ଜନ ମହାନ୍ତି ଆଗାମୀ ଦିନରେ ରାଜ୍ୟସ୍ତରରେ ନିଆଯିବାକୁ ଥିବା ନିଷ୍ପତି ସମ୍ପର୍କରେ ସୂଚନା ଦେଇଥିଲେ । ସଭାପତି ଶ୍ରୀ ଜିନ୍ନା ରାଜ୍ୟ ସ୍ତରରେ ସ୍ୱତନ୍ତ୍ର କ୍ୟାଡର ଗଠନ ଓ କେଉଁ ଜିଲ୍ଲାକୁ କେତେ ସେକ୍ସନ ଅଫିସର ଓ କେତେ ଏଷ୍ଟାବ୍ଲିଶମେଂଟ୍ ଅଫିସର ସରକାର ମଞ୍ଜୁର କରିଛନ୍ତି ସେ ବିଷୟରେ ସଠିକ୍ ତଥ୍ୟ ନ ଥିବାରୁ କ୍ଷୋଭ ପ୍ରକାଶ କରିବା ସହିତ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ । କାର୍ଯ୍ୟକ୍ରମକୁ ୁପସଭାପତି କାମିନୀ ମହାନ୍ତ, କୋଷାଧ୍ୟକ୍ଷ ବିଚିତ୍ରାନନ୍ଦ ରାଉତ, ଆଂଚଳିକ ସମ୍ପାଦକ ଅଶୋକ କୁମାର ଦାସ, ପ୍ରଭାତେନ୍ଦୁ ନାୟକ ଗଣମାଧ୍ୟମ ସଂଯୋଜକ ପୀତବାସ ମହାନ୍ତ, ଜିତ୍ରେନ୍ଦ୍ର କୁମାର ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ ହେମନ୍ତ କୁମାର ସାହୁ, ସମିତି ରାଠୋର, ସ୍କାୟଲାବ ମହାନ୍ତ, ହୃଦୟାନନ୍ଦ ରଥ, ରଶ୍ମୀରେଖା ବାରିକ, ଶିବାନୀ ନାୟକ, ସଚିନ ପଣ୍ଡା, ସତ୍ୟବତୀ ଲାଗୁରୀ ପରିଚାଳନା କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।