
ୱାଂଶିଟନ– ଆମେରିକାରେ 24 ଘଂଟା ମଧ୍ୟରେ ଦ୍ୱିତୀୟ ବିମାନ ଦୁର୍ଘଟଣା ଘଟିଛି । ନ୍ୟୁୟର୍କ ପରେ ଫ୍ଲୋରିଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଏଥିରେ ଥିବା ସମସ୍ତ 3ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ନ୍ୟୁୟର୍କରେ ବିମାନ ଦୁର୍ଘଟଣାରେ 6ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅଧିକାରୀଙ୍କ ସୂଚନା ମୁତାବକ ଏହି ଦୁର୍ଘଟଣା ଶୁକ୍ରବାର ସକାଳେ ଫ୍ଲୋରିଡାର ବୋକା ରେଟନରେ ହୋଇଥିଲା ।
ଅଧିକାରୀଙ୍କ ମୁତାବକ ବିମାନରେ କିଛି ଯାନ୍ତ୍ରିକ ସମସ୍ୟା ଥିଲା ଏବଂ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆକାଶରୁ ଖସିବା ପରେ ଏକ କାରରେ ଧକ୍କା ହୋଇଥିଲା । ଏହାପରେ ନିଆଁ ଲାଗିଯାଇଥିଲା । ନିଆଁ କାରଣରୁ ଏହା ଗଛରେ ଧକ୍କା ହୋଇଥିଲା ।