
କରାଚୀ– ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କ ଚିକିତ୍ସକ ଡ. ଅସୀମ ହୁସୈନ ଏନେଇ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କର ଏପ୍ରିଲ 1ରେ ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ କରାଚୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ 10ଦିନରୁ ଅଧିକ ସମୟ ଯାଏ ଚିକିତ୍ସାଧୀନ ଥିଲେ ।