
ଗଞାମ– ପିତ୍ତଳ ପଂଚାୟତ ପରିସରରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଉତ୍ସବର ଶୁଭାରମ୍ଭ କରାଯାଇଛି ।ପିତଳ, ତହଁର, ନରେନ୍ଦ୍ର ପୁର ଓ ବ୍ରାହ୍ମଣ ଛାଇ ପଂଚାୟତରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ନରନାରୀ ଓ ହିତାଧିକାରୀ ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ହୋଇଥିଲେ । ପ୍ରାରମ୍ଭରେ ଚାରୋଟି ପଂଚାୟତର ସରପଂଚ ଓ ସମିତିସଭ୍ଯ ସମବେତ ଭାବେ ପ୍ରଦୀପ ପ୍ରଜ୍ଜ୍ଵଳିତ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହା ପରେ ପିତ୍ତଳ ପ୍ରାଥମିକ ସ୍ୱାସ୍ଥ୍ୟକେଂଦ୍ର ର ଚିକିତ୍ସା ଅଧିକାରୀ ଡାକ୍ତର ମାନସ ରଂଜନ ବିଷୋଇ ଓ ସହକର୍ମୀଙ୍କ ସହଯୋଗରେ ପ୍ରାୟ ୨୫ ଜଣଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା। ଉତ୍ସବରେ ପିତ୍ତଳ ସରପଞ୍ଚ ରାମରାଘବ ପାତ୍ର, ସମିତି ସଭ୍ୟ ଜନାର୍ଦନ ପାତ୍ର, ଜିଲାପରିଷଦ ସଭ୍ଯଙ୍କ ପ୍ରତିନିଧି ବରୁଣ ପୋଲାଇ, ସୀତାରାମଜେନା ସମିତି ସଭ୍ୟ, ଶିବରାମ ମେହଣା ସରପଂଚ, ସୁକାନ୍ତ ବେହରା ସମିତିସଭ୍ଯା, ସରୋଜ କୁମାର ପାତ୍ର ସମିତିସଭ୍ଯ, ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଟି. ରାଜେନ୍ଦ୍ର ପାତ୍ର ଏବଂ ପିଇଓ ପ୍ରଦ୍ଯୁନ୍ନ ଦାଶ ପ୍ରମୁଖ ଯୋଗଦେଇ ଉତ୍ସବକୁ ସଫଳ କରି ଥିଲେ ।
ଏତଦ ବ୍ଯତିତ ଶେରଗଡ ବ୍ଲକର କୁଲାଗଡ, କରଡାକଣା, ଅଲାରୀଗଡ ଓ ଡେଂଗାପଦର ପ୍ରାଥମିକ ସ୍ୱାସ୍ଥ୍ୟକେଂଦ୍ରରେ ମଧ୍ଧ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ହିତାଧୀକାରୀ ମାନଙ୍କୁ ବର୍ଣ୍ଣାଢ୍ଯ ଉତ୍ସବରେ ବିତରଣ କରାଯାଇଛି । ଏହିସବୁ କାର୍ଯ୍ୟକ୍ରମରେ ଶହଶହ ଜନସାଧାରଣ ଯୋଗ ଦେଇଥିଲେ ।