
ଭୁବନେଶ୍ୱର– ନାମ ଲେଖାଇ ନ ଥିବା ଏବଂ ଡ୍ରପ୍ଆଉଟ୍ ପିଲାଙ୍କ ତଥ୍ୟ ମାଗିଛି ଓସେପା। ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇ ସାରିଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଓସେପା ତଥ୍ୟ ଦେବାକୁ କହିଛି। ଏହାସହ କେନ୍ଦ୍ର ସରକାରଙ୍କ ପ୍ରବନ୍ଧ ପୋର୍ଟାଲରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି ଓସେପା।