-
ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର – ଓଡିଆ ସାହିତ୍ୟ ଜଗତର ଖ୍ୟାତନାମା ତଥା ବିପ୍ଳବୀ କବି ରବି ସିଂଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ବିୟୋଗରେ ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ହୋଇଥିବା ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଓଡିଆ ସାହିତ୍ୟ ଜଗତର ବିପ୍ଳବୀ କବି ରବି ସିଂଙ୍କ ଦେହାବସାନ ଖବର ଶୁଣି ଦୁଃଖିତ । ତାଙ୍କ ବିୟୋଗରେ ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ହୋଇଛି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମରଆତ୍ମାର ସଦଗତି କାମନା କରୁଛି ।