
oplus_2097154
ମାଲକାନଗିରି-ସରକାର ସବୁ କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ କରିବା ପାଇଁ ବାରମ୍ବାର ବାରଣ କରିବା ସହ ଏହା ପାଇଁ ନିୟମ ମଧ୍ୟ ପ୍ରଣୟନ କରିଛନ୍ତି | ଯାହାକି କୌଣସି କାର୍ଯ୍ୟରେ ୧୮ ବର୍ଷରୁ କମ ପୁଅ ଝିଅଙ୍କୁ ନିୟୋଜିତ କରିପାରିବେ ନାହିଁ ଯଦି କରନ୍ତି ତେବେ ଆଇନ ଅନୁଯାୟୀ ଦଣ୍ଡର ପ୍ରାବଧାନ କରାଯାଇଛି | ଯାହାଦ୍ୱାରା ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରୁଥିବା ଅଧିକାରୀ କିମ୍ବା ଠିକାଦାର ମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ | କିନ୍ତୁ, ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତର ଏମ.ଭି. -୭୭ ଗ୍ରାମ ଠାରୁ ବଡ଼ିଗଟା ମଧ୍ୟ ଦେଇ ଯାଇଥିବା ଗମ୍ଫାକୋଣ୍ଡା ମୁଖ୍ୟ କେନାଲରେ | ଉକ୍ତ କେନାଲରେ ଦଳ ସଫେଇ କାର୍ଯ୍ୟ ପାଇଁ ଏମ.ଭି. -୭୯ ଜଳସେଚନ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଏମ.ଭି.- ୭୯ ଗ୍ରାମର ଠିକାଦାର ଶମ୍ଭୁ ବାଗଚି ତେଲେରାଇ ଗ୍ରାମର ୨୦ ରୁ ୨୫ ଜଣ ଶ୍ରମିକଙ୍କୁ ନିୟୋଜିତ କରିଛନ୍ତି | କିନ୍ତୁ ସେହି ଶ୍ରମିକ ମାନଙ୍କ ଭିତରେ ୧୦ ଜଣରୁ ଅଧିକ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ପରିଲକ୍ଷିତ ହୋଇଛି | ତତ୍ପରେ ଯେଉଁ ଦଳ ଗୁଡିକ ଶ୍ରମିକ ମାନେ ବାହାର କରୁଛନ୍ତି ସେଗୁଡିକ କେନାଲ ବନ୍ଧ ଉପରେ ପକାଉଛନ୍ତି | ଏବେ ପ୍ରାୟ ବାରମ୍ବାର କାଳବୈଶାଖୀ ଆସୁଛି |ପବନ ବର୍ଷା ପ୍ରଭାବରେ ଏହି କେନାଲ ବନ୍ଧ ଉପରେ ପଡିଥିବା ଦଳ ଗୁଡିକ ଧୋଇ ହୋଇ ପୁଣି କେନାଲ ଭିତରେ ପଶିବ ଯାହାକି ଗୋଦରା କୋଡେ ଯେତେ ମାଡେ ସେତେ ବୋଲି ଉକ୍ତ ଅଂଚଳ ବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି | ଏଭଳି ଖରାପ କାର୍ଯ୍ୟ ପାଇଁ ସରକାରଙ୍କ ଟଙ୍କା ପାଣିରେ ପଡିଲା ପରି ମନେ ହେଉଛି | ଏ ବିଷୟରେ ଏମ ଭି -୭୯ ର ଜଳସେଚନ ବିଭାଗୀୟ କର୍ମଚାରୀଙ୍କ ସହ ଯୋଗାଯୋଗ ହୋଇପାରିନଥିଲା | ଯେଉଁ ଶିଶୁ ଶ୍ରମିକ ନିୟୋଜିତ ହେଉଛନ୍ତି ତାହାପାଇଁ ଉକ୍ତ ସରକାରୀ କର୍ମଚାରୀ ଏବଂ ଠିକାଦାରଙ୍କ ବିରୁଦ୍ଧରେ ଶ୍ରମ ବିଭାଗ ଏବଂ ଚାଇଲଡ ଲାଇନ କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ଉକ୍ତ ଅଂଚଳ ବାସୀ ପ୍ରକାଶ କରିଛନ୍ତି |