
ନୂଆଦିଲ୍ଲୀ– ନଭେମ୍ବର 26, 2008ରେ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବୁର ହୁସୈନ ରାଣାକୁ ଏନଆଇଏ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ଆଜି ପଚରାଉଚରା ଆରମ୍ଭ କରିଛି ।
ସୂତ୍ର ମୁତାବକ ଏନଆଇଏ ମୁଖ୍ୟାଳୟର ସେଲରେ କଡା ସୁରକ୍ଷାରେ ରାଣାକୁ ରଖାଯାଇଛି । ଏହି ସେଲ୍ରେ ସିସିଟିଭି କ୍ୟାମେରା ଲାଗିଛି । ରାଣା ଯେଉଁ ବାଥରୁମ ବ୍ୟବହାର କରିବ, ତାହା ବି ସେଲ୍ ଭିତରେ ରହିଛି । ଏହି ସେଲରେ ବହୁସ୍ତରୀୟ ଡିଜିଟାଲ ସିକ୍ୟୁରିଟି ସହିତ 24 ଘଂଟିଆ ପ୍ରହରା ରହିଛି । ସେଲ୍ ଭିତରକୁ ଯିବାକୁ ଏନଆଇଏର କିଛି ଅଧିକାରୀଙ୍କୁ କେବଳ ଅନୁମତି ରହିଛି । ରାଣାକୁ ମୁଖ୍ୟାଳୟରେ ବି କମ୍ ମୁଭମେଂଟ କରାଯିବା ସହ କ୍ୟାମେରାରେ ରେକର୍ଡିଂ ସହିତ ପଚରାଉଚରା କରାଯିବ । ଆଜିଠାରୁ ଏହି ପଚରାଉଚରା ଆରମ୍ଭ ହୋଇଛି । ପାକିସ୍ତାନରେ ତାର ହ୍ୟାଣ୍ଡଲର କିଏ ପ୍ରାରମ୍ଭିକ ପଚରାଉଚରାରେ ଏନଆଇଏ ଜାଣିବାକୁ ଉଦ୍ୟମ କରିବେ । ସ୍ଲିପର ସେଲରେ କିଏ କିଏ ଅଛନ୍ତି । ଭାରତରେ ତାର ବ୍ୟବସାୟୀ ପାର୍ଟନର କିଏ ? ଏଠାରେ କାହାକୁ କାହାକୁ ଫଣ୍ଡିଂ ଦିଆଯାଇଥିଲା । ଏହା ବ୍ୟତୀତ ହେଡଲିର ଭାରତରେ କିଏ ସହାୟତା କରିଥିଲା ଏବଂ ପଇସା କାହାକୁ ଦିଆଯାଇଥିଲା ।