
ଭୁବନେଶ୍ୱର – କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ବିଜୁ ଜନତା ଦଳକୁ ତିଆରି କରିଥିବା ଲୋକ ଭିତରୁ, ମୁଁ ଜଣେ ବ୍ୟକ୍ତି । ଟଙ୍କିକିଆ ଚାଉଳ, ଶିକ୍ଷା ବ୍ୟବସ୍ଥା ସବୁ ଆମେ କରିଛୁ । ବିଜେପି ବଢୁଥିବା ଦେଖି ସେମାନେ ଭାବିଲେ ଏମାନଙ୍କୁ ସାଇଜ କରିବାକୁ ପଡ଼ିବ। ଏହାପରେ ଆମଠୁ ଅଲଗା ହେଲେ, ତାପରେ କେବଳ ପାଣ୍ଡିଆନ ସରକାର। ସ୍ୱାସ୍ଥ୍ୟ ଭିତିଭୂମି ପାଇଁ କେନ୍ଦ୍ର ସରକାର ଦେଉଥିବା ଅର୍ଥ ତାମିଲନାଡୁ ଠିକାଦାରଙ୍କୁ ଦେଇ କେମିତି ଲୁଟିବେ ସେହି ବ୍ୟବସ୍ଥା କରିଥିଲେ। ଖଣି, ପାଣି, ସ୍ୱାସ୍ଥ୍ୟ ସବୁଥିରୁ ଖାଇଲେ, ଏବେ ଛଟପଟ ହେଉଛି ବିଜେଡ଼ି । ପାଣିରୁ ବାହିରିଲେ ମାଛ ଯେମିତି ଛଟପଟ ହୁଏ, ସେମିତି ହେଉଛନ୍ତି । ପୂର୍ବ ସରକାରରେ ବିଧାୟକ, ସାଂସଦ ଏମପି ମାନଙ୍କୁ ଭେଟିବା ମୁସ୍କିଲ ଥିଲା। ମୁଁ ରାଗିକି ହାରିବା ପାଇଁ ଲଢ଼ିଥିଲି, ଲୋକେ ମୋତେ ଜିତାଇ ଦେଲେ। ୩୬ ବର୍ଷ ହେଲା ରାଜନୀତି କରୁଛି। କଂଗ୍ରେସ ଓ ବିଜେଡି କେବେ ବି ଲୋକଙ୍କ ହିତରେ କିଛି କରିନାହାନ୍ତି ବୋଲି କହିଛନ୍ତି ଜୁଏଲ ଓରାମ।