
-
ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ସର୍ବାଧିକ ୬୮.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର– କାଳବୈଶାଖୀ ପ୍ରଭାବରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ସର୍ବାଧିକ ୬୮.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କୋରାପୁଟ ଜିଲ୍ଲାର ଜୟପୁରରେ ୫୦.୨ ମି.ମି., ନୟାଗଡ଼ ଜିଲ୍ଲାର ନୟାଗଡ଼ରେ ୪୮.୦ ମି.ମି., କେନ୍ଦୁଝର ଜିଲ୍ଲାର ଶାହରପଡ଼ାରେ ୪୫.୨ ମି.ମି., କଟକ ଜିଲ୍ଲାର କଂଟାପଡ଼ାରେ ୩୯.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ରେ ୩୮.୮ ମି.ମି., ଅନୁଗୁଳ ଜିଲ୍ଲାର ବଅଁରପାଳରେ ୩୮.୪ ମି.ମି., ନୟାଗଡ଼ ଜିଲ୍ଲାର ରଣପୁରରେ ୩୬.୪ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଢ଼େଙ୍କାନାଳ(ପିଟିଓ)ରେ ୩୬.୨ ମି.ମି., କେନ୍ଦୁଝର ଜିଲ୍ଲାର ତେଲକୋଇରେ ୩୬.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ୩୫.୦ ମି.ମି. ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆରେ ୩୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।