
ନୁଆଦିଲ୍ଲୀ -ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସାମିଲ ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ 31 ଜୁଲାଇ।ଗଣତନ୍ତ୍ର ଦିବସ 2026ରେ ଘୋଷିତ ହେବାକୁ ଥିବା ଏହି ପୁରସ୍କାରଗୁଡିକ ବିଭିନ୍ନ କ୍ଷେତ୍ରରେ ଅସାଧାରଣ ସଫଳତା ଏବଂ ବିଶିଷ୍ଟ ସେବାକୁ ସ୍ୱୀକୃତି ପ୍ରଦାନ କରେ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଶୁକ୍ରବାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର -2026 ପାଇଁ ଅନଲାଇନ ନାମାଙ୍କନ ଏବଂ ସୁପାରିଶ ପ୍ରକ୍ରିୟା 15 ମାର୍ଚ୍ଚରୁ ଆରମ୍ଭ ହେଉଛି।ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ 31 ଜୁଲାଇ।ପଦ୍ମ ପୁରସ୍କାରପାଇଁ ନମାଙ୍କନ ଏବଂ ସୁପାରିଶ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ https://awards.gov.inରେ ଅନଲାଇନରେ ଗ୍ରହଣ କରାଯିବ।