
ବାରାଣସୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନିଜ ସଂସଦୀୟ କ୍ଷେତ୍ର ବାରାଣସୀକୁ ୩୮୮୪ କୋଟି ଟଙ୍କାର ମୋଟ୍ ୪୪ଟି ପ୍ରକଳ୍ପର ଉପହାର ପ୍ରଦାନ କରିଛନ୍ତି । ତନ୍ମଧ୍ୟରେ ରହିଛି ରିଙ୍ଗ ରୋଡ଼ ଓ ସାରନାଥ ମଧ୍ୟରେ ସଡ଼କ ପୋଲ, ଭିକାରିପୁର ଓ ମଣ୍ଡୁବାଡିହ କ୍ରସିଂରେ ଫ୍ଲାଏଓଭର, ବାବତପୁରରେ ଜାତୀୟ ରାଜପଥ ନମ୍ବର ୩୧ ରେ ଅଣ୍ଡରପାସ୍ ସୁଡ଼ଙ୍ଗର ଶିଳାନ୍ୟାସ ସାମିଲ୍ ରହିଛି ।
ସହରରେ ମେହନ୍ଦିଗଞ୍ଜ ରାଜାତାଲାବ ସ୍ଥିତ ଜନସଭା ସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୫୦ତମ ଗସ୍ତ ସମୟରେ ସମ୍ପୂର୍ଣ୍ଣ ସଂସଦୀୟ କ୍ଷେତ୍ର ନିମନ୍ତେ ବିକାଶର ନୂତନ ଗାଥା ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ଏଠାରେ ରିମୋଟ୍ ଦ୍ୱାରା ୩୮୮୪ କୋଟି ଟଙ୍କାର ମୋଟ୍ ୪୪ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏଥିରେ ସେ ୨୫ଟି ଯୋଜନାର ଶିଳାନ୍ୟାସ ଓ ୧୯ଟି ଯୋଜନାର ଲୋକାର୍ପଣ କରିଛନ୍ତି ।