
ଜୟପୁର, ଜୟପୁରରେ ଜୈନ ସମ୍ପ୍ରଦାୟର ଲୋକେ ଆଜି ଦିନ ୧୧ଟା ୩୦ ମିନିଟ ସମୟରେ ମହାବୀର ଜୟନ୍ତୀ ପାଳନ କରିଛନ୍ତି । ମହାବୀରଙ୍କ ଫଟୋକୁ ରଥରେ ବସାଇ ସହର ପରିକ୍ରମା କରିଥିଲେ । ଜୈନ ମନ୍ଦିରରରୁ ବିରାଟ ଶୋଭାଯାତ୍ରା ବାହାରିଥିଲା । ଜୈନ ମନ୍ଦିରରୁ ମୁଖ୍ୟ ରାସ୍ତା ଦେଇ ସହର ପରିକ୍ରମା କରି ପୁଣି ମନ୍ଦିରରେ ପହଞ୍ଚି ଥିଲା ।
ଏହି ଶୋଭାଯାତ୍ରାରେ ଜୈନ ସମ୍ପଦାୟର ମହିଳା ମାନେ ନିଜ ସମ୍ପ୍ରଦାୟର ପାରମ୍ପରିକ ନାଚ ଉତ୍ସବ ପାଳନ କରିଥିଲେ। ବାଜା, ନାଚ ଗୀତରେ ମହାବୀର ଜୟନ୍ତୀ ପାଳନ କରାଯାଇଥିଲା । ଜୈନ ମନ୍ଦିରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।