
ଜୟପୁର– ଜୟପୁର ସଦର ଥାନା ଅନ୍ତର୍ଗତ ଗଡପଦର ଜଙ୍ଗଲରେ ଆଜି ସକାଳ ୮ଟାରେ ଚଢଉ ହୋଇ ଅପରାହ୍ନ ୨ଟାରେ ଅବକାରି ଚଢଉ ଶେଷ ହୋଇଛି । ଦେଶି ବିଷାକ୍ତ ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ ତରଫରୁ ଚଢାଉ କରାଯାଇଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗି ୧୫ ଶହ ଲିଟର ପୋଚ ଓ ୬୫ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ, ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଜୟପୁର ଅବାକାରି ନିରିକ୍ଷକ ଶଶି କାନ୍ତ ଦତ୍ତ ସୂଚନା ଦେଇଛନ୍ତି । ସେହିପରି ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ ସୂଚନା ପାଇ ଚଢଉ କରିଛି । ଚଢଉ କରି ଜଣେ ମହିଳା ଅଭିଯୁକ୍ତକୁ ଗିରଫ କରିଛି । ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ରାସ୍ତାରେ ଚଢଉ କରି ୧୫ ଲିଟର ଦେଶି ମଦ ଜବତ କରିଛି । ମହିଳା ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ବିଷୟ ଜୟପୁର ଅବକାରି ନିରିକ୍ଷକ ଶଶିକାନ୍ତ ଦତ୍ତ ସୂଚନା ଦେଇଛନ୍ତି ।