
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସୁଛନ୍ତି। ଗୁରୁବାର ଦିନ ସକାଳେ ଭୁବନେଶ୍ବରରୁ ହେଲିକେପ୍ଟର ଯୋଗେ ଆସି କେନ୍ଦୁଝର ପୁଲିସ ପଡିଆରେ ୯ଟା ୩୦ ମିନିଟ୍ ସମୟରେ ଅବତରଣ କରିବେ । ପରେ ୩୯ ତମ ସବ୍ ଜୁନିୟର ବାଳକ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଅନସିପ୍ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହାପରେ କାଳୀତୀର୍ଥ ପଡିଆରେ ଆୟୋଜିତ ସନାତନ ଧର୍ମ ସମ୍ମିଳନୀ ୧୧୪ କୁଣ୍ଡିଅ ମହାଯଜ୍ଞରେ ଉପସ୍ଥିତ ରହିବେ।
ଏହା ପରେ ସେ ସଦର ବ୍ଳକର ବୀରକିଶୋରପୁର ନୋଡାଲ ହାଇସ୍କୁ ଲର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେବେ । ଅପରାହ୍ନରେ ଝୁମ୍ପୁରା ସରସ୍ବତୀ ବିଦ୍ୟାମନ୍ଦିର ୩୭ ତମ ବାର୍ଷିକ ଉତ୍ସବରେ ଯୋଗଦେବେ । ଏହାପରେ ମୁରୁସୁଆଁ ପଡିଆରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମରେ ଯୋଗଦେଇ ସର୍କିଟ୍ ହାଉସ ଠାରେ ରାତ୍ରୀଯାପନ କରିବେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।