
ଗଞାମ– ଶେରଗଡ ବ୍ଲକରେ ଆୟୁଷ୍ମାନ କାର୍ଡ ବଣ୍ଟନ ପାଇଁ ଶେରଗଡ ସଭାଗୃହରେ ଅସ୍ଥାୟୀ ବିଡିଓ ସୁଧାଂଶୁ ଶେଖର ତରାଇଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତାକାଲି ବ୍ଲକର ୫ଟି କେଂଦ୍ରରେ ଏହାର ଶୁଭାରମ୍ଭ ହେବ ପର୍ଯ୍ୟାୟ କ୍ରମେ ଏହି କାର୍ଡ ବ୍ଲକ ର ୨୨ ପଂଚାୟତର ହିତାଧିକାରୀଙ୍କୁ ବଣ୍ଟନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।
ବୈଠକରେ ସିଏଚସି ଚିକିତ୍ସା ଅଧିକାରୀ ଡାକ୍ତର ଟିଆର ସୁବୁଦ୍ଧିଙ୍କ ସମେତ ୨୨ ପଂଚାୟତର ନିର୍ବାହୀ ଅଧିକରୀ ଓ ଅନ୍ଯାନ୍ଯ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।