
ଡେରାଡୁନ– ପୌଡୀ ଗଢୱାଲ ଜିଲ୍ଲାର ଶ୍ରୀନଗରରେ ଏଲିଭେଟେଡ ରୋଡ୍ ନିର୍ମାଣ ପାଇଁ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକାରୀ ସ୍ୱୀକୃତି ପ୍ରଦାନ କରିଛନ୍ତି । କ୍ୟାବିନେଟ୍ ମନ୍ତ୍ରୀ ଡ.ଧନ ସିଂହ ରାୱତଙ୍କ ପଦକ୍ଷେପ ସଫଳ ହୋଇଛନ୍ତି । ପଂଚ ପିପଲରୁ ସ୍ପିତ ଯାଏ ଏଲିଭେଟେଡ ରୋଡ ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ । ଏହି ପ୍ରକଳ୍ପ ଶ୍ରୀନଗର ସହରର ଯାତାୟତ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପର୍ଯ୍ୟଟନ ଓ ସାମରିକ ଦୃଷ୍ଟିକୋଣରୁ ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।
କ୍ୟାବିନେଟ୍ ମନ୍ତ୍ରୀ ଡ.ଧନ ସିଂହ ରାୱତ ଗୁରୁବାର କହିଛନ୍ତି ଯେ, ନୂଆଦିଲ୍ଲୀରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନିର୍ମାଣକୁ ଅନ୍ତିମ ସ୍ୱୀକୃତି ଦିଆଯାଇଛି । ମନ୍ତ୍ରୀ ରାୱତ କହିଛନ୍ତି ଯେ, ଉଚ୍ଚସ୍ତରୀୟ ବୈଠକରେ ଶ୍ରୀନଗରରେ ଏଲିଭେଟେଡ ରୋଡର ନିର୍ମାଣକୁ ନେଇ ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଯାହାର ଫଳସ୍ୱରୂପ କେନ୍ଦ୍ରମନ୍ତ୍ରୀ ଏଲିଭେଟେଡ ରୋଡ ପ୍ରକଳ୍ପ ଉପରେ ଅନ୍ତିମ ନିଷ୍ପତି ନେଇ ଏହାର ନିର୍ମାଣକୁ ସବୁଜ ପତାକା ଦେଖାଇଛନ୍ତି ।