
ଭୁବନେଶ୍ୱର– ନବୀନ ପଟ୍ଟନାୟକଙ୍କୁ ଜବାବ ଦେବା ବଦଳରେ ପ୍ରଭାତ ତ୍ରିପାଠୀଙ୍କ ପୂର୍ବ ଭିଡିଓ ଦେଖାଇ ଟାର୍ଗେଟ କରିଛି ବିଜେଡି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ପ୍ରଭାତ ତ୍ରିପାଠୀଙ୍କ କେଉଁ ଷ୍ଟେଟମେଂଟ ସତ। ଜଣେ ବରିଷ୍ଠ ନେତା ଯେତେବେଳେ ମତ ରଖୁଛନ୍ତି ତାହା ତଥ୍ୟ ଆଧାରିତ ହେବା ଉଚିତ। ହାଇକୋର୍ଟର ଅର୍ଡରରେ ସ୍ପଷ୍ଟ ଲେଖା ହୋଇଛି, କେସ ଖାରଜ ପାଇଁ ସେ କରିଥିବା ପିଟିସନକୁ ହାଇକୋର୍ଟ ଖାରଜ କରିଛନ୍ତି। ତେଣୁ ନିଜର ଭୁଲ ଲୁଚେଇବାକୁ ନବୀନଙ୍କୁ ଅପଦାବକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ପ୍ରଭାତ ତ୍ରିପାଠୀ। ସେ କହିଲେ ସେ ଦଳର ଶୃଙ୍ଖଳିତ ସଦସ୍ୟ। ହେଲେ ସେ ୧୯୯୭ରେ ଓ ୨୦୧୭ରେ ଚିଟଫଣ୍ଡ କେସରେ ୨ ଥର ସସପେଣ୍ଡ ହୋଇଛନ୍ତି। ତେଣୁ ସେ ଦଳର କେତେ ଶୃଙ୍ଖଳିତ ଆପଣ ବୁଝନ୍ତୁ ବୋଲି କହିଛନ୍ତି ଲେନିନ।