
ବାରଣାସୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଆଗାମୀ ବାରଣାସୀ ଗସ୍ତକୁ ନେଇ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି । ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ, ବାବା ବିଶ୍ୱନାଥଙ୍କ ଆଶୀର୍ବାଦରୁ ମୋତେ ସବୁବେଳେ ବାରଣାସୀରେ ବିକାଶ କାର୍ଯ୍ୟକୁ ନୂଆ ଗତି ଦେବାର ପ୍ରେରଣା ମିଳିଥାଏ । ଏହି କ୍ରମରେ ମୁଁ କାଲି ସକାଳ ପ୍ରାୟ 11ଟା ବେଳେ ବାରଣାସୀରେ ସଡକ, ବିଜୁଳି, ଶିକ୍ଷା ଓ ପର୍ଯ୍ୟଟନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଲୋକାର୍ପଣ ଓ ଶିଳାନ୍ୟାସର ସୌଭାଗ୍ୟ ପ୍ରାପ୍ତ ହେବ ।