
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସିଂହଦ୍ଵାର ସମ୍ମୁଖରେ ଦାଦାଗିରି ଦେଖାଇଲେ ସେବାୟତ। କ୍ୟାମେରା ଓ ମୋବାଇଲ୍ ଫୋନ୍ ଛଡ଼େଇ ନେବା ସହ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ସେବାୟତ। ଏହି ଘଟଣା ଘଟିବାର ୨୪ ଘଣ୍ଟା ବିତିଗଲା ପରେ ମଧ୍ୟ ପୋଲିସ ହାତ ଖାଲି |ଜିଲ୍ଲା ପୋଲିସ ପ୍ରଶାସନ ର ଏଭଳି ଖମାଖିଆଲି ମନୋଭାବ କୁ ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି |ଜଣେ ମହିଳା ସାମ୍ବାଦିକା ସହ ଅନ୍ୟ ଗଣମାଧ୍ୟମର ପ୍ରତିନିଧି ଓ କ୍ୟାମେରା ମ୍ୟାନ ମାନଙ୍କୁ କିଭଳି ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଛି ଏହା ନିନ୍ଦନୀୟ । ପୀଡିତା ଙ୍କୁ ନ୍ୟାୟ ଦାବୀରେ ପୁରୀ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ମାନେ ସର୍କିଟ ହାଉସରୁ ବିଶାଳ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ ଙ୍କ ବାସ ଭବନ ଘେରାଉ କରିଥିଲେ |ଜିଲ୍ଲାପାଳ ଘଟଣା ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ର୍ରତିଶୃତି ପ୍ରଦାନ କରିଥିଲେ| ଯଦି ଆଗାମୀ ୪୮ ଘଣ୍ଟା ମଧ୍ୟରେ ତଦନ୍ତ କରାଯାଇ
ଦୋଷୀକୁ ଦଣ୍ଡ ପ୍ରଦାନ କରାନଯାଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ
ନ୍ୟାୟ ପାଇଁ ଧାରଣା ଦିଆଯିବ |