
ପାଟଣା-ବିହାରର ବୈଶାଳୀ ଜିଲ୍ଲାର ଜଂଦାହା ଅନ୍ତର୍ଗତ ମହିସୌର ଥାନାର ପନସଲା ଚୌକ ନିକଟରେ ଆଜି ସକାଳେ ଏକ ଟ୍ରକ କାରକୁ ଧକ୍କା ଦେଇଛି । ଦୁର୍ଘଟଣାରେ ଗୋଟିଏ ପିଲା ସମେତ ତିନିଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସେହିପରି ଡ୍ରାଇଭର ସମେତୟ ତିନିଜଣ ଆହତ ହୋଇଛନ୍ତି । ପୋଲିସ ଆହତଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରିଛି ।
ପୋଲିସ ମୁତାବକ ବିଦୁପୁର ଥାନା ଅଂଚଳର ଦେବୀ ଚୌକା ପାନାପୁର କୁଶିୟାରୀ ବାସିନ୍ଦା କ୍ରାନ୍ତି କୁମାର, ଦିନାନାଥ କୁମାର, ବବିତା ଦେବୀ, ଚୁଲବୁଳ କୁମାରୀ, ମୋନା ଦେବୀ କାରରେ ସୋମବାର ସକାଳେ ବରାଟି ଥାନା ଅଂଚଳରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ବିବାହରେ ଯୋଗ ଦେଇ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି ।