
ଭୁବନେଶ୍ୱର– ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ତାଙ୍କ ପୁଣ୍ୟତିଥିରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସୋସିଆଲ ହ୍ୟାଣ୍ଡେଲ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, – ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଯାହାଙ୍କ କଲମ ଜାତୀୟତାବାଦ ଏବଂ ସାଂସ୍କୃତିକ ଗର୍ବର ଭାବନାକୁ ପ୍ରଜ୍ଜ୍ୱଳିତ କରିଥିଲା। ତାଙ୍କର କାଳଜୟୀ ଅବଦାନ, “ବନ୍ଦେ ମାତରମ୍”, ରାଷ୍ଟ୍ର ପ୍ରତି ଆମର ସାମୂହିକ ସଂକଳ୍ପ ଏବଂ ଶ୍ରଦ୍ଧାର ଏକ ଅନନ୍ତ ପ୍ରତୀକ ହୋଇ ରହିଛି।