
ଲକ୍ଷ୍ନୌ– ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ମଙ୍ଗଳବାର ସକାଳେ ଉତର ପ୍ରଦେଶର ରାଜଧାନୀରେ ଲକ୍ଷ୍ନୌରେ ପହଂଚିଛନ୍ତି । ସରସଂଘଚାଳକ 5ଦିବସୀୟ କାଶୀ ପ୍ରାନ୍ତର ପ୍ରବାସ ପରେ ଲକ୍ଷ୍ନୌ ଆସିଛନ୍ତି । କାଶୀରୁ ରେଳମାର୍ଗରେ ସେ ଲକ୍ଷ୍ନୌରେ ପହଂଚିଛନ୍ତି । ଲକ୍ଷ୍ନୌର ଚାରବାଗ ରେଲୱେ ଷ୍ଟେସନରୁ ସେ ସିଧା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତୀୟ କାର୍ଯ୍ୟାଳୟ ଭାରତୀ ଭବନରେ ପହଂଚିଛନ୍ତି । ରେଲୱେ ଷ୍ଟେସନର ଅବଧ ପ୍ରାନ୍ତର ପ୍ରଚାରକ କୌଶଳ, ବିଭାଗ ପ୍ରଚାରକ ଅନିଲ ତଥା ପ୍ରାନ୍ତର ବିଶେଷ ସଂପର୍କ ପ୍ରମୁଖ ପ୍ରଶାନ୍ତ ଭାଟିଆ ସରସଂଘଚାଳକଙ୍କ ସ୍ୱାଗତ କରିଛନ୍ତି ।