
ମାଲକାନଗିରି,ରାସ୍ତା ପାଇଁ ଜୀବନ ଗଲା । ଗାଁକୁ ରାସ୍ତା ନଥିବାରୁ ପାହାଡ଼ିଆ ରାସ୍ତାରେ ଭାରରେ ବୋହି ମେଡିକାଲ ନେଉଥିଲେ ସମ୍ପର୍କୀୟ । ଅଧାରାସ୍ତାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ କାତ୍ରାକୁଣ୍ତରୁ ଆସିଛି ଏଭଳି ଦୁଃଖଦ ଖବର । ଜ୍ବରରେ ପୀଡିତ ଜିଗୁଡୁ ଗୋଲରୀଙ୍କ ଝିଅ ସଞ୍ଜିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲେ ।ଆମ୍ବୁଲାନ୍ସ କାତ୍ରାକୁଣ୍ତକୁ ଯାଇପାରୁନଥିବାରୁ ପାହାଡିଆ ରାସ୍ତାରେ ଭାରରେ ବୋହି ମେଡିକାଲ ନେଉଥିଲେ ପରିବାର । ଗୋବିନ୍ଦପାଲି ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ସମୟରେ ଅଧବାଟରେ ସଞ୍ଜିତାଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୬ କିଲୋମିଟର ବାଟ ପାଦରେ ଚାଲିଚାଲି ସଞ୍ଜିତାଙ୍କୁ ଭାରରେ ବୋହି ଆଣିବାକୁ ପଡ଼ିଥିଲା । କିନ୍ତୁ ଶୋଚନୀୟ ରାସ୍ତା ପାଇଁ ଠିକ ସମୟରେ ସଞ୍ଜିତା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିପାରିନଥିଲେ । ଆଉ ଅଧାବାଟରେ ତାଙ୍କର ଜୀବନ ଚାଲିଯାଇଥିଲା ।ପ୍ରକାଶ ଥାଉକି ଜିଲ୍ଲା ଗ୍ରାମ୍ୟ ଉନୟନ୍ନ ବିଭାଗ ତରଫରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ ହେଉଛି ସତ କିନ୍ତୁ ଯେଉଁଠାରେ ଲୋକ ରହୁଛନ୍ତି ସେହି ଗ୍ରାମକୁ କରାନଯାଇ ସରକାରୀ ଅର୍ଥ ହରିଲୁଟ ପାଇଁ ଗୋଟିଏ ଘର ଥିବା ଗାଁ କୁ କୋଟିଏ ଖର୍ଚ୍ଚ କରାଯାଉ ଥିବା ଅଭିଯୋଗ ହେଉଛି!