
ନୂଆଦିଳ୍ଲୀ,ଇବର ସୁରକ୍ଷା ସକ୍ଷମତାକୁ ସୁଦୃଢ଼ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ସିଇଆରଟି-ଇନ୍ (ଏମଇଆଇଟିୱାଇ), ସିଏସଆଇଆରଟି-ଫିନ ଏବଂ ଏକ ବିଶ୍ୱ ସାଇବର ସୁରକ୍ଷା କମ୍ପାନୀ ସିସା ମିଳିତ ଭାବରେ ବିଏଫଏସଆଇ କ୍ଷେତ୍ର ପାଇଁ ଡିଜିଟାଲ୍ ବିପଦ ରିପୋର୍ଟ ୨୦୨୪ ଲଞ୍ଚ କରିଛନ୍ତି, ଯାହା ଉଦୀୟମାନ ସାଇବର ବିପଦ ଏବଂ ପ୍ରତିରକ୍ଷା ରଣନୀତିର ଏକ ବ୍ୟାପକ ଦୃଷ୍ଟିକୋଣ।
ଏହି ରିପୋର୍ଟକୁ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ସଚିବ ଶ୍ରୀ ଏମ. ନାଗରାଜୁ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଶ୍ରୀ ଏସ. କ୍ରିଷ୍ଣନ, କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆରଟି-ଇନ୍)ର ମହାନିର୍ଦ୍ଦେଶକ ଡକ୍ଟର ସଞ୍ଜୟ ବହଲ ଏବଂ ସିସା ର ପ୍ରତିଷ୍ଠାତା ଏବଂ ସିଇଓ ଦର୍ଶନ ଶାନ୍ତମୂର୍ତ୍ତି ଉନ୍ମୋଚନ କରିଥିଲେ।
ରିପୋର୍ଟ ଉନ୍ମୋଚନ ଅବସରରେ, ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଶ୍ରୀ ଏସ କୃଷ୍ଣନ, ଆଇଏଏସ, ଆର୍ଥିକ କ୍ଷେତ୍ରର ଦ୍ରୁତ ଡିଜିଟାଲାଇଜେସନ୍ ସହିତ ସଂପର୍କିତ ବଢିଚାଲିଥିବା ସାଇବର ବିପଦ ଉପରେ ଆଲୋକପାତ କରିଥିଲେ। ସେ ଆହୁରି କହିଥିଲେ, “ବିଏଫଏସଆଇ ଇକୋସିଷ୍ଟମ ପରସ୍ପରସହ ଜଡ଼ିତ ହୋଇରହିଛନ୍ତ, ଏହାର ଅର୍ଥ ହେଉଛି ଗୋଟିଏ ସାଇବର ଆକ୍ରମଣର ପ୍ରଣାଳୀଗତ ପ୍ରତିକ୍ରିୟା ହୋଇପାରେ, ଯାହା ପ୍ରାରମ୍ଭିକ ଲକ୍ଷ୍ୟ ବାହାରେ ଅନେକ ସଂସ୍ଥାକୁ ପ୍ରଭାବିତ କରିପାରେ। ଏହା ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ସମନ୍ୱିତ ସାଇବର ସୁରକ୍ଷା ପ୍ରୟାସର ଜରୁରୀ ଆବଶ୍ୟକତାକୁ ରେଖାଙ୍କିତ କରେ। ସିଇଆରଟି-ଇନ୍ ଏବଂ ସିଏସଆଇଆରଟି-ଫିନ ସାଇବର ଘଟଣାରୁ ସମୟୋଚିତ ଚିହ୍ନଟ, ପ୍ରତିକ୍ରିୟା ଏବଂ ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ନିୟାମକ, ଶିଳ୍ପ ଅଂଶୀଦାର ଏବଂ ବିଶ୍ୱ ସାଇବର ସୁରକ୍ଷା ସଂସ୍ଥା ସହିତ ସହଯୋଗ କରି ଏହି ବିପଦଗୁଡ଼ିକୁ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସିସା ସହିତ ମିଳିତ ଭାବରେ ବିକଶିତ ଏହି ରିପୋର୍ଟ, BFSI ସଂଗଠନଗୁଡ଼ିକୁ ସୁରକ୍ଷା ସୁନିଶ୍ଚିତ କରିବା, ଆର୍ଥିକ ସ୍ଥିରତା ବିପଦକୁ ହ୍ରାସ କରିବା ଏବଂ ପ୍ରଭାବଶାଳୀ ଭାବରେ ସାଇବର ଆକ୍ରମଣର ମୁକାବିଲା କରିବା ପାଇଁ ଏକ ସାମୂହିକ ସାଇବର ସୁରକ୍ଷା ରଣନୀତି ନିର୍ମାଣ କରିବାକୁ ସକ୍ଷମ କରିବ।”