
ଗଞାମ- ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବ୍ରହ୍ମପୁର ସହରର ଦୁଇ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଓ ଡକ୍ଟର୍ସ ଫୋରମର ମିଳିତ ଆନୁକୂଲ୍ୟରେ ଆଦିବାସୀ ଅଧ୍ୟୁଷିତ ନୁଣୀଘରା ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା | ଉଭୟ ସଂସ୍ଥାର ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର୍ସ ଫୋରମର ସମ୍ପାଦକ ଡା. ଅତୁଲ୍ୟ କୁମାର ପଟ୍ଟନାୟକ, କୋଷାଧକ୍ଷ ଡା. ସମରେନ୍ଦ୍ର ସାହୁ, ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ରର ସମ୍ପାଦକ ଶ୍ରୀଯୁକ୍ତ ମହମଦ ଆସଲାମ, ଶ୍ରୀ ନିଶିକାନ୍ତ ଷଡ଼ଙ୍ଗୀ, ଶ୍ରୀ ସନ୍ତୋଷ କୁମାର ରେଡି ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ | ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସମେତ ଗ୍ରାମର ଉପସ୍ଥିତ ସମସ୍ତ ପୁରୁଷ ଓ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ ରକ୍ଷା ସମ୍ବନ୍ଧରେ ସଚେତନ କରାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ବିତରଣ କରାଯାଇଥିଲା | ସମସ୍ତ ବୟସ୍କ ବ୍ୟକ୍ତିଙ୍କ ରକ୍ତଚାପ ଓ ରକ୍ତସର୍କରା ପରୀକ୍ଷା କରାଯାଇଥିଲା |
ଉକ୍ତ ଶିବିର ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଗ୍ରାମବାସୀ ମାନେ ସହାୟତା କରିଥିଲେ |