
ନୂଆଦିଲ୍ଲୀ– ସମ୍ବିଧାନ ପ୍ରଣେତା ଡ.ଭୀମରାଓ ଆମ୍ବେଦକରଙ୍କ ସମ୍ମାନରେ ବିଜେପି ଏପ୍ରିଲ 14ରୁ 25 ଯାଏ ବାବା ସାହେବ ଭୀମରାଓ ଆମ୍ବେଦକର ସ୍ୱାଭିମାନ ଅଭିଯାନ ଚଳାଇବ । ଏ ସଂପର୍କରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଙ୍ଗଳବାର ଏକ ଜାତୀୟ କର୍ମଶାଳା ଆରମ୍ଭ କରିଛନ୍ତି । ସେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଅଭିଯାନ ସମୟରେ ତୃଣମୂଳ ସ୍ତରରେ ସକ୍ରିୟତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦଳର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ରୀୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସଂବିଧାନ ନିର୍ମାତା, ଭାରତ ରତ୍ନ ଡ.ଭୀମରାଓ ଆମ୍ବେଦକର ସମ୍ମାନ ଅଭିଯାନର ଜାତୀୟ କାର୍ଯ୍ୟଶାଳାର ଉଦଘାଟନ ଅଧିବେଶକୁ ସଂବୋଧିତ କରିଛନ୍ତି । ଏହି ଅବସରରେ ନଡ୍ଡା କହିଛନ୍ତି ଯେ, ଏହି ଅଭିଯାନ ଅନ୍ତର୍ଗତ ବିଜେପି ସାରା ଦେଶରେ ଏପ୍ରିଲ 14ରୁ 25 ଯାଏ ବିଭିନ୍ନ ଆୟୋଜନ କରି ବାବା ସାହେବଙ୍କ ବିଚାରକୁ ଲୋକଙ୍କ ନିକଟରେ ପହଂଚାଇବ । ବାବା ସାହେବ ସଂବିଧାନ ନିର୍ମାଣକୁ ସାକାର କରିବା ସହ ଦେଶର ସର୍ବାଙ୍ଗିନ ବିକାଶ ଓ କୋଟି କୋଟି ଲୋକଙ୍କ ଉତ୍ଥାନର ମାର୍ଗକୁ ପ୍ରଶସ୍ତ କରିଛନ୍ତି । ନଡ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମ ଆମ ସରକାର ବାବା ସାହେବଙ୍କ ସହିତ ଜଡିତ ସ୍ଥାନକୁ ପଂଚ ତୀର୍ଥ ଭାବେ ବିକଶିତ କରିବାର ଅଦ୍ଭୁତପୂର୍ବ କାମ କରିଛନ୍ତି । ତାଙ୍କ ସିଦ୍ଧାନ୍ତରେ ଆଜି ବିଜେପି ବିକଶିତ ଭାରତର ସଂକଳ୍ପର ସିଦ୍ଧି କାର୍ଯ୍ୟରେ ଲାଗିଛି ।