
ନୂଆଦିଳ୍ଲୀ– ଭାରତ ଗସ୍ତରେ ଆସିଥିବା ୟୁଏଇର ଉପପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଶେଖ୍ ହମଦାନ ବିନ୍ ମହମ୍ମଦ ଅଲ୍ ମକତୁମ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ ଉଭୟ ନେତା ପ୍ରତିରକ୍ଷା, ବ୍ୟାପାର, ପ୍ରଯୁକ୍ତିବିଦ୍ୟା, ମହାକାଶ, ସଂପର୍କ ଓ ଜଳ ସଂପର୍କ ସହିତ ଉଭୟ ଦେଶର ସଂପର୍କକୁ ସୁଦୃଢ କରିବାରେ ଦୁବାଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ସାକ୍ଷାତର ଫଟୋ ସେୟାର କରି ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଦୁବାଇ ଭାରତ-ୟୁଏଇ ବ୍ୟାପକ ରଣନୈତିକ ବୁଝାମଣାକୁ ଆଗକୁ ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ଏହି ବିଶେଷ ଯାତ୍ରା ଆମର ଗଭୀର ବନ୍ଧୁତାକୁ ସୂଚାଉଛି ଏବଂ ଭବିଷ୍ୟତରେ ଅଧିକ ସହଯୋଗର ମାର୍ଗ ପ୍ରଶସ୍ତ କରୁଛି ।
ମହମ୍ମଦ ଅଲ୍ ମକତୁମ ସାକ୍ଷାତକୁ ନେଇ ଖୁସି ବ୍ୟକ୍ତ କରି ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଆମର ଆଲୋଚନା ଏହା ପୁଣି ଥରେ ସ୍ପଷ୍ଟ କରିଛି ଯେ, ୟୁଏଇ-ଭାରତ ସଂପର୍କକୁ ପାରସ୍ପରିକ ବିଶ୍ୱାସ ଉପରେ ଆଧାରିତ ଅଟେ, ଇତିହାସରୁ ପ୍ରେରିତ ଅଟେ, ଏବଂ ଏକ ବୁଝାମଣା ଦୃଷ୍ଟିକୋଣରୁ ସଂଚାଳିତ ଅଟେ, ଯାହାର ଉଦ୍ଦେଶ୍ୟ ଅବସର, ଉଦ୍ଭାବନ ଓ ସ୍ଥାୟୀ ସମୃଦ୍ଧିରେ ପରିପୂର୍ଣ୍ଣ ଭବିଷ୍ୟତର ନିର୍ମାଣ କରିବା ଅଟେ ।