
ପୁରୀ– ପୁରୀ ପୂର୍ତ ବିଭାଗ କାର୍ଯ୍ୟାଳୟ ପଛ ପାଶ୍ୱର୍ରେ ଲାଗିଲା ନିଆଁ । ପୁରୁଣା ବ୍ୟାରିକେଡ୍ ରେ ନିଆଁ ଲାଗିଛି । ଲୁହା, ପ୍ଲାଷ୍ଟିକ୍ ଓ କାଠରେ ନିର୍ମିତ ଏହି ବ୍ୟାରିକେଡ୍ ରଖାଯାଇଥିବା ବେଳେ ନିଆଁ ଲାଗି ଏସବୁ ଜଳି ଯାଇଛି । ଆଜି ସକାଳୁ ଏଠାରେ ନିଆଁ ଲାଗିବା ପରେ ଚାରିଆଡ ଧୂଆଁମୟ ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି । କେହି ଦୁର୍ବୃତ ଏଠାରେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ତେବେ ଅଗ୍ନିକାଣ୍ଡର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି ।